ଜାଣନ୍ତୁ ପୋଡା ବାସନ କିପରି ସଫା ହୋଇ ପାରିବ
ଜାଣନ୍ତୁ ପୋଡା ବାସନ କିପରି ସଫା ହୋଇ ପାରିବ
admin
May 19, 2019 - 10:57
Updated: May 19, 2019 - 10:57
ରୋଷେଇ କରୁଥିବା ବେଳେ ବ୍ୟସ୍ତତା ତଥା ଅନ୍ୟମନସ୍କ ଯୋଗୁଁ ବେଳେ ବାସନ ପୋଡିଯାଏ । ଏଥିରେ ଲାଗିଥିବା ପୋଡା ଖାଦ୍ୟ ସାମଗ୍ରୀ ଯୋଗୁଁ ଏହାକୁ ସଫା କରିବା କାଠକର ପାଠ ହୋଇଯାଏ । ହାତପାଆନ୍ତାରେ ଥିବା କେତେକ ଜିନିଷ ବ୍ୟବହାର କରି ପୋଡା ବାସନକୁ ସହଜରେ ସଫା କରି ପାରିବେ ।
-୨ କପ୍ ପାଣି, ୧ଚାମଚ ବେକିଂ ସୋଡା, ୨ ଚାମଚ ଲେମ୍ବୁରସ ପକାଇ ୨ମିନିଟ ଫୁଟାନ୍ତୁ । ଏବେ ସ୍କ୍ରବରରେ ଏହାକୁ ଘଷିଦେଲେ ପୋଡା ଦାଗ ଚାଲିଯିବ ।
-ପୋଡା ବାସନରେ ଲୁଣ ଏବଂ ପାଣି ପକାଇ ୪ମିନିଟ ଫୁଟାନ୍ତୁ । ଏହାପରେ ଥଣ୍ଡା କରି ବାସନ ଧୋଉଥିବା ବ୍ରସରେ ଘଷିଦେଲେ ପୋଡା ଦାଗ ଛାଡିଯାଏ ।
-ରୂପା ବାସନକୁ ସଫା କରିବା ଲାଗି ବ୍ୟବହାର କରାଯାଉଥିବା ଟମାଟୋ ରସ ସାଧାରଣ ବାସନ ପୋଡିଗଲେ ବି ସଫା କରିବାକୁ ଭଲ କାମ ଦିଏ । ପୋଡା ବାସନରେ ଟମାଟୋ ରସ ଓ ପାଣି ମିଶାଇ ଗରମ କରନ୍ତୁ । ଏହାପରେ ଘଷି ଦେଲେ ସଫା ହୋଇଯିବ । ଟମାଟୋ କ୍ୟାଚଅପ ପକାଇବାକୁ ଚାହିଁଲେ ଏହାକୁ ପୋଡା ବାସନରେ ଲଗାଇ କିଛି ସମୟ ରଖି ଦେବେ । ପରେ ସ୍କ୍ରବରେ ସଫା କରିଦେବେ ।
-କେଇ ଖଣ୍ଡ ପିଆଜ ପକାଇ ପାଣି ଦେଇ ଭଲ ଭାବେ ଫୁଟାଇ ଦେବେ । ପୋଡା ଦାଗ ଆପେ ଚାଲିଯାଇଥାଏ ।