ଜାଣନ୍ତୁ ମହୁରେ କିପରି ସୁନ୍ଦରତାକୁ ବଢାଇ ପାରିବେ

ଜାଣନ୍ତୁ ମହୁରେ କିପରି ସୁନ୍ଦରତାକୁ ବଢାଇ ପାରିବେ

ଜାଣନ୍ତୁ ମହୁରେ କିପରି ସୁନ୍ଦରତାକୁ ବଢାଇ ପାରିବେ
ସ୍ୱାଦରେ ମଧୁର ମହୁ, ତ୍ୱଚା ଓ କେଶର ଯତ୍ନରେ ମଧ୍ୟ କାମରେ ଆସେ । ପ୍ରାଚୀନ ସମୟରୁ ଭାରତୀୟ ମହିଳାମାନେ ମହୁରେ ସୌନ୍ଦର୍ଯ୍ୟ ଚର୍ଚ୍ଚା କରି ଆସୁଛନ୍ତି ଶୁଦ୍ଧ ମହୁ ନିୟମିତ ତ୍ୱଚାରେ ଲଗାଇଲେ ମଏଶ୍ଚରାଇଜର ଲଗାଇବାର ଆବଶ୍ୟକ ପଡେ ନାହିଁ । କେଶକୁ ମଧ୍ୟ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ୱ ଯୋଗାଇଥାଏ ମହୁ । ମେହେନ୍ଦୀ ପ୍ୟାକ ହେଉ କିମ୍ବା ଅଁଳା ପ୍ୟାକ ଏସବୁ ତିଆରି କରିବା ସମୟରେ ୨-୩ ଚାମଚ ମହୁ ମିଶାଇ ଦେବେ । କେଶକୁ ମୂଳରୁ ମଜବୁତ କରିବାରେ ମହୁ ସାହାଯ୍ୟ କରେ । କେଶରେ ଚମକ ନଥିଲେ ମହୁ ୨ ଚାମଚରେ ଦହି ମିଶାଇ ୨୦ ମିନିଟ ପାଇଁ କେଶରେ ଲଗାଇଲେ ପରେ ଶାମ୍ପୂ କରିବେ । ସପ୍ତାହରେ ଥରେ କିମ୍ବା ଦୁଇ ଥର ଏପରି କଲେ କେଶର ଘନତ୍ୱ ବଢେ଼ । ରୁପି ହେଉଥିଲେ କଞ୍ଚା କ୍ଷୀରରେ ମହୁ ମିଶାଇ କେଶମୂଳରେ ଭଲରେ ମାଲିସ କରି ୩୦ ମିନିଟ ପରେ ଧୋଇନେବେ । ଏଇ ଉପାୟରେ ସପ୍ତାହରେ ଥରୁଟିଏ କଲେ ରୁପ ସମସ୍ୟା ଦୂର ହୁଏ । ମହୁ ମୁହଁରେ ଲଗାଇ ସହ ଦୈନିକ ସକାଳ ବେଳା ୧ ଚାମଚ ଖାଇଲେ ମଧ୍ୟ ତାହା କେଶ ଓ ତ୍ୱଚା ଉପରେ ଉତ୍ତମ ପ୍ରଭାବ ପକାଉ୍ଥିବାର ବିଉଟିସିଆନଙ୍କ ମତ । ମୁଲତାନି ମାଟିରେ ମହୁ ମିଶାଇ ପ୍ୟାକ ଭଳି ମୁହଁ, ହାତ, ଗୋଡରେ ଲଗାଇଲେ ତ୍ୱଚାରୁ ମୃତକୋଷିକା ଦୂର ହୁଏ ।