ଷ୍ଟକ୍ ନିବେଶକ ଏବେ ନିଶ୍ଚିନ୍ତ

ଷ୍ଟକ୍ ନିବେଶକ ଏବେ ନିଶ୍ଚିନ୍ତ

ଷ୍ଟକ୍ ନିବେଶକ ଏବେ ନିଶ୍ଚିନ୍ତ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ପୁଣି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବାରୁ ଘରୋଇ ଷ୍ଟକ୍ ମାର୍କେଟରେ ଏବେ ନାହିଁ ନଥିବା ଉତ୍ସାହ । ମେ ୧୯ ତାରିଖରେ ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇବା ଦିନରୁ ବଜାର ଉଦ୍ଧ୍ୱର୍ମୁଖୀ ରହିଆସିଛି । ବିଏସଇ ସେନସେକ୍ସ ୪୦,୦୦୦ ଡେଇଁ ଥିବା ବେଳେ ଏନଏସଇ ନିଫ୍ଟି ମଧ୍ୟ ୧୨,୦୦ ସ୍ତରରେ ପହଂଚିଛି । ଦେଶରେ ସ୍ଥିର ସରକାର ଆସିଥିବାରୁ ବଜାରରେ ଏହି ଧାରା ଜାରି ରହିବ ବୋଲି ଆଶା କରାଯାଉଛି । ମେଂଟ ସରକାରରେ ସଂସ୍କାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ଆଶଙ୍କା ଥିବାରୁ ନିବେଶକ ମାନେ ସବୁବେଳେ ସ୍ଥିର ସରକାର ଚାହୁଁଥିଲେ । ଏନଡିଏ ସେମାନଙ୍କୁ ସ୍ଥିର ସରକାର ଭେଟି ଦେଇଛି । ନିବେଶକଙ୍କ ପାଇଁ ଏବେ ରାଜନୈତିକ ସ୍ଥିରତା ସାଙ୍ଗକୁ ଆକଳନଯୋଗ୍ୟ ଅର୍ଥନୈତିକ ନୀତି ଉପଲବ୍ଧ ହୋଇଛି । ତାହାର ସେମାନେ ଫାଇଦା ନିଶ୍ଚିତ ଉଠାଇବେ ବୋଲି ଏଚଡିଏଫସି ସିକ୍ୟୁରିଟିଜ ଏମଡି ତଥା ସିଇଓ ଧୀରଜ ମେଲି କହିଛନ୍ତି ।