ବାରମ୍ବାର ପରିସ୍ରା ଲାଗୁଥିଲେ କଣ କରିବେ
ବାରମ୍ବାର ପରିସ୍ରା ଲାଗୁଥିଲେ କଣ କରିବେ
admin
May 28, 2019 - 09:56
Updated: May 28, 2019 - 09:56
ରାତିରେ କିଛି ଲୋକଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । ସେମାନଙ୍କୁ ପରିସ୍ରା ଯିବା ଲାଗି ବାରମ୍ବାର ଶେଯରୁ ଉଠିବାକୁ ପଡ଼ିଥାଏ । ବେଳେବେଳେ କିଛି ବ୍ୟକ୍ତି ବିଛଣାରେ ପରିସ୍ରା କରିଦେଇଥାଆନ୍ତି । ଏଥିପାଇଁ ଦାୟୀ ହେଉଛି ଲୁଣ । ଜାପାନର ଡାକ୍ତରମାନେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବା ପରେ ଜାଣିବାକୁ ପାଇଛନ୍ତି ଯେ, ଅଧିକ ଲୁଣ ଖାଇବା ଦ୍ୱାରା ରାତିରେ ବାରମ୍ବାର ପରିସ୍ରା ଲାଗିଥାଏ । ଏଭଳି ସମସ୍ୟାକୁ ନୁ୍ୟକ୍ଚୁରିଆ କହନ୍ତି । ବିଶେଷ କରି ୬୦ ବର୍ଷ ବୟସ ଅତିକ୍ରମ କରିବା ପରେ ଲୋକମାନେ ଏଭଳି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ନୁ୍ୟକ୍ଚୁରିଆ ଦ୍ୱାରା ଜଣେ ପୀଡ଼ିତ ହେବା ପରେ ନିଦ ଠିକ୍ ଭାବେ ହୋଇନଥାଏ । ସତେଜତା କମିଯାଏ । ଦିନତମାମ୍ କ୍ଳାନ୍ତି ଏବଂ ଆଳସ୍ୟ ବୋଧ ହୁଏ । ଦୈନନ୍ଦିନ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇ ବିରକ୍ତି ଲାଗେ । ଏ ସମ୍ପର୍କରେ ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ଲାଗି ଡାକ୍ତରମାନେ ୩ ଶହରୁ ଊଦ୍ଧ୍ୱର୍ ଲୋକଙ୍କ ଉପରେ ଅଧ୍ୟୟନ କରିଥିଲେ । ପରୀକ୍ଷାରୁ ରାତିରେ ବାରମ୍ବାର ପରିସ୍ରା ଯିବାର କାରଣ ଜଣାପଡ଼ିଥିଲା । ତେବେ ନୁ୍ୟକ୍ଚୁରିଆ ହେଉଛି ବାରମ୍ବାର ପରିସ୍ରା ଯିବାର ଏକ ସଙ୍କେତ । ଅପର ପକ୍ଷେ ମଧୁମେହ, ହୃଦ୍ରୋଗ ଏବଂ ନିଦ୍ରାହୀନତାରେ ଶିକାର ହେଲେ ଜଣଙ୍କୁ ବାରମ୍ବାର ପରିସ୍ରା ଲାଗେ । ଯଦି ଜଣେ ନୁ୍ୟକ୍ଚୁରିଆ ଦ୍ୱାରା ପୀଡ଼ିତ ତେବେ ସେ ଦିନକୁ ୬ ଗ୍ରାମ୍ରୁ ଅଧିକ ପରିମାଣର ଲୁଣ ଖାଇବା ଉଚିତ୍ ନୁହେଁ ।