ହୃଦରୋଗ ଆଶଙ୍କା ବଢ଼ାଏନି ଅଣ୍ଡା

ହୃଦରୋଗ ଆଶଙ୍କା ବଢ଼ାଏନି ଅଣ୍ଡା

ହୃଦରୋଗ ଆଶଙ୍କା ବଢ଼ାଏନି ଅଣ୍ଡା
ଅଣ୍ଡା ଖାଇବା ଦ୍ୱାରା ହୃଦରୋଗ ଆଶଙ୍କା ବଢେ଼ ବୋଲି ରହିଥିବା ପୂର୍ବ ଧାରଣାକୁ ସଦ୍ୟ ଅଧ୍ୟୟନ ଖଣ୍ଡନ କରିଛି । ଅଧ୍ୟୟନ ଅନୁସାରେ ଅଣ୍ଡା ଆପଣଙ୍କ ହୃତପିଣ୍ଡ ପାଇଁ ହାନିକାରକ ହୋଇନପାରେ । ଅଣ୍ଡା କେଶରର ପ୍ରଚୁର ମାତ୍ରାରେ କୋଲେଷ୍ଟ୍ରରଲ ରହିଛି । କିନ୍ତୁ ସଦ୍ୟ ଅଧ୍ୟୟନକୁ ଯଦି ବିଶ୍ୱାସ କରାଯାଏ, ତେବେ ଦିନକୁ ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ହୃଦରୋଗ ଆଶଙ୍କା ଦେଖାଯାଏ ନାହିଁ । ଅଣ୍ଡା ଖାଇବା ଦ୍ୱାରା କୌଣସି ଗୁରୁତ୍ୱପୂର୍ଣ୍ଣ ହୃଦରୋଗ ଆଶଙ୍କା ଅଧ୍ୟୟନରେ ଦେଖାଯାଇନଥିଲା । ସକୁଲେସନ ପତି୍ରକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ଉଚ୍ଚ ମାତ୍ରାରେ କୋଲେଷ୍ଟରଲ ହୃତପିଣ୍ଡ ପାଇଁ ହାନିକାରକ । ରକ୍ତରେ ଅତ୍ୟଧିକ କୋଲେଷ୍ଟରଲ ରହିଲେ ଧମନୀରେ ରକ୍ତ କଠିନ ରୂପେ ଜମା ହୁଏ । ପରବର୍ତ୍ତୀ ସମୟରେ ଏହା ଷ୍ଟ୍ରୋକର କାରଣ ହୋଇଥାଏ । ସୁସ୍ଥ ଧମନୀ ପାଇଁ ହୃତପିଣ୍ଡକୁ ସୁସ୍ଥ ରଖୁଥିବା ପଲିଅନସାନ୍ଥରେଟେଡ ଚର୍ବିଯୁକ୍ତ ଖାଦ୍ୟ ଖାଇବା ସହିତ ରକ୍ତ ଜମାଟ ବାନ୍ଧୁଥିବା କୋଲେଷ୍ଟରଲ ଯୁକ୍ତ ଖାଦ୍ୟଠୁ ଦୂରେଥ ରହିବା ଉଚିତ । ମକା, କାନୋଲା କିମ୍ବା ସୋୟାବିନ ତେଲ ଆଦି ପଲିସାନ୍ଥରେଟେଡ ଚର୍ବି ଅନ୍ତର୍ଭୁକ୍ତ । ଶର୍କରା ଓ ସୋଡିୟମ ମିଶ୍ରିତ ଖାଦ୍ୟ ଯଥାସମ୍ଭବ କମାଇବା ଉଚିତ ବୋଲି ଆମେରିକାର ୟୁଟି ସାଉଥୱେଷ୍ଟର୍ନ ମେଡିକାଲ ସେଣ୍ଟରର ଜୋ ଆନ.ଏସ କାରସନ୍ କହିଛନ୍ତି ।