ଭିଟାମିନ ‘ଡି’ ପାଇଁ ଛତୁ

ଭିଟାମିନ ‘ଡି’ ପାଇଁ ଛତୁ

ଭିଟାମିନ ‘ଡି’ ପାଇଁ ଛତୁ
ସାଧାରଣଭାବରେ ଶାକାହାରୀମାନଙ୍କ ପ୍ରଥମ ପସନ୍ଦ ହେଉଛି ଛତୁ । କ।।ଲୋରୀରେ ମସରୁମ କମ୍ ହେବା ସହ ବିଭିନ୍ନ ପ୍ରକାରର ପୋଷକ ତତ୍ୱ ମଧ୍ୟ ଏଥିରେ ଭରପୂର ମାତ୍ରାରେ ରହିଥାଏ । ଛତୁ ତରକାରୀ ସହ ସାଲାଡ, ସୁପ ଏବଂ ସ୍ନାକ୍ସ ପ୍ରସ୍ତୁତ କରି ମଧ୍ୟ ଖିଆଯାଏ । ତାହେଲେ ଚାଲନ୍ତୁ ଜାଣିବା ଆପଣ ନିଜ ଡେଲି ଡାଏଟରେ କିଭଳି ଛତୁ ସାମିଲ କରିପାରିବେ । ଆମେ ଜାଣିଛେ, ସ୍ୱାସ୍ଥ୍ୟ ପାଇଁ ଭିଟାମିନ ଡି ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଶରୀରରେ ଏହା ମାତ୍ରା କମ୍ ହେଲେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଦେଖାଯାଏ । ସବୁଦିନ ଛତୁ ଖାଇବା ଦ୍ୱାରା ଶରୀରରେ ଭିଟାମିନ ଡି ର ଗୋଟିଏ ଦିନର ମାତ୍ରା ପୁରା ହୋଇଥାଏ । ସେଲୋନିୟମ ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରିଥାଏ । ଖାଲି ଏତିକି ନୁହେଁ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଛତୁ ସାହାଯ୍ୟ କରେ । ଆମେ ଯେମିତି କହିଲୁ ଯେ, ଏଥିରେ କ୍ୟାଲୋରୀ ବହୁତ କମ୍ ରହିଥାଏ । ଏହା ଖାଇବା ଦ୍ୱାରା ପେଟ ପୂରିଯାଏ ଏବଂ ଜଲଦି ଭୋକ ଲାଗେ ନାହିଁ । ଯାହାଦ୍ୱାରା ଆପଣ ଜଙ୍କ ଫୁଡ୍ କିମ୍ବା ଓଭର ଇଟିଂ ରୁ ବି ବଂଚି ଯାଆନ୍ତି ।