କରୋନା କାଳରେ ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରଖିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ
କରୋନା କାଳରେ ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରଖିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ
ରକ୍ତଚାପ ଆଜିକାଲି ସମୟର ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ଅଧାରୁ ଅଧିକା ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରକ୍ତ ନଳୀରେ ରକ୍ତ ପ୍ରବାହର ଅସ୍ୱାସ୍ଥ୍ୟକର ବୃଦ୍ଧି ଉଚ୍ଚ ରକ୍ତଚାପର କାରଣ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତ୍ୟେକ ୫ ଜଣ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡ଼ିତ । ଏହି ସମସ୍ୟା ପାଇଁ ବିଶ୍ବରେ ୯.୪ ମିଲିୟନ୍ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଲାଣି । ସ୍ବଳ୍ପ ଆୟପୂର୍ଣ୍ଣ ଦେଶମାନଙ୍କରେ ଏହି ସମସ୍ୟା ବିଶେଷ ଦେଖିବାକୁ ମିଳିଥାଏ । ଜିନ୍, ପରିବେଶ, ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା, ହରମୋନ୍ ଅସନ୍ତୁଳନ ଏବଂ ଶାରୀରିକ ନିଷ୍କ୍ରିୟତା ସହିତ ଅନେକ ଉଚ୍ଚ ରକ୍ତଚାପର କାରଣ ବନିଥାନ୍ତି । ଛାତି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଛୋଟ ନିଶ୍ବାସ ଆଦି ରକ୍ତଚାପର ଲକ୍ଷଣ ହୋଇଥାଏ । ଆପଣ ଜାଣିଥିବେ ନିଶ୍ଚୟ ଯେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ କରୋନା ବିପଦ ସାବ୍ୟସ୍ଥ ହୋଇଥାଏ ।
ଉଚ୍ଚ ରକ୍ତଚାପର ମୁକାବିଲା ପାଇଁ ସୁସ୍ଥ ଖାଦ୍ୟ ସହିତ ଏକ ସୁସ୍ଥ ଜୀବନଶୈଳୀର ଆବଶ୍ୟକତା ରହିଛି । ପନିପରିବା, ଫଳ, ପ୍ରୋଟିନ୍ ଏବଂ ଶସ୍ୟ ଅନ୍ତର୍ଭୁକ୍ତ ଖାଦ୍ୟ ଖାଇଲେ ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଇପାରେ ।
ଯଦି ଆପଣଙ୍କର ମଦ୍ୟପାନ, ଧୂମପାନ କିମ୍ବା ଅନ୍ୟ କୌଣସି ନିଶା ଅଭ୍ୟାସ ଅଛି ତେବେ ଏହାକୁ ସଂପୂର୍ଣ୍ଣ ରୂପେ ଛାଡ଼ିବାକୁ ହେବ । ନିଶା ସେବନ ରକ୍ତଚାପର ପ୍ରମୁଖ କାରଣ ହୋଇଥାଏ ।
ମାନସିକ ଚାପ ମଧ୍ୟ ରକ୍ତଚାପର କାରଣ ହୋଇଥାଏ । ଯେତେ ପାରୁଛନ୍ତି ଚିନ୍ତା କରିବା ତ୍ୟାଗ କରନ୍ତୁ । ଯେତେ ଅଧିକ ଚିନ୍ତା କରିବେ ସେତେ ଅଧିକ ଦୁର୍ବଳ ହୋଇପଡ଼ିବେ।
ନିୟମିତ ବ୍ୟାୟାମ କରିବା ଦ୍ବାରା ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖା ଯାଇପାରେ । ଆପଣ ସୁସ୍ଥ ରହିବାକୁ ଚାହୁଁଥିଲେ ବ୍ୟାୟାମକୁ ଆପଣଙ୍କ ନିତିଦିନିଆ କାର୍ଯ୍ୟ ତାଲିକାରେ ସାମିଲ୍ କରନ୍ତୁ ।