ପେଟକୁ ଥଣ୍ଡା ରଖେ ମିଶ୍ରି ପାଣି

ପେଟକୁ ଥଣ୍ଡା ରଖେ ମିଶ୍ରି ପାଣି

ପେଟକୁ ଥଣ୍ଡା ରଖେ ମିଶ୍ରି ପାଣି
ସାଧାରଣତଃ ଶରୀର ପାଇଁ ମିଶ୍ରି ପାଣି ଖୁବ୍ ଲାଭଦାୟକ ହୋଇଥାଏ । ମିଶ୍ରି ପାଣିକୁ ପ୍ରତିଦିନ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ସତେଜତା ମଧ୍ୟ ଅନୁଭବ ହୁଏ । ଏଥିସହିତ ମିଶ୍ରି ପାଣି ଶରୀରକୁ ରୋଗପ୍ରତିରୋଧକ ଶକ୍ତି ଦେଇଥାଏ । ତେବେ ଆସନ୍ତୁ ଜାଣିବା ମିଶ୍ରିର ଔଷଧିୟ ଗୁଣ ସଂପର୍କରେ . ରକ୍ତକୁ ସୁସ୍ଥ ରଖିବାପାଇଁ ଆପଣ ମିଶ୍ରି ପାଣିକୁ ବ୍ୟବହାର କରିପାରିବେ । ରାତିରେ ଗୋଟିଏ ଗ୍ଲାସ୍ ପାଣିରେ କିଛି ପରିମାଣରେ ମିଶ୍ରି ଖଣ୍ଡ ଭିଜାଇ ତାକୁ ସକାଳୁ ଉଠି ଖାଲି ପେଟରେ ପିଇବାଦ୍ୱାରା ରକ୍ତ ଶୁଦ୍ଧ ହୋଇଥାଏ । ଅନେକ ସମୟରେ ବିଭିନ୍ନ ଚାପ କିମ୍ବା ଅନ୍ୟ କୌଣସି କାରଣରୁ ମୁଣ୍ଡବିନ୍ଧା ହୋଇଥାଏ । ତେଣୁ ରାତିରେ ମିଶ୍ରିକୁ ପାଣିରେ ଭିଜାଇ ତାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ପିଇବାଦ୍ୱାରା ଏହି ସମସ୍ୟା ମଧ୍ୟ ଦୂର ହୋଇଥାଏ । ନିୟମିତ ଭାବେ ମିଶ୍ରି ପାଣି ପିଇବାଦ୍ୱାରା ତ୍ୱଚାରେ ଉଜ୍ଜଳତା ଆସିଥାଏ । ମିଶ୍ରି ପାଣି ପିଇବାଦ୍ୱାରା ପେଟ ଥଣ୍ଡା ହୋଇଥାଏ । ଯାହାଦ୍ୱାରା ପେଟଜନିତ ବିଭିନ୍ନ ସମସ୍ୟା ତଥା ଜଳାପୋଡା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ ।ପାଟି ଦୁର୍ଗନ୍ଦ ଦୂର କରିବା ପାଇଁ ମିଶ୍ରିକୁ ଖାଇବାଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଆପଣ ଏଥିରେ ପାନମଧୁରୀ ମିଶାଇ ଖାଇପାରିବେ ।