ଗୋଟା ଚିଙ୍ଗୁଡି ଚପ୍

ଗୋଟା ଚିଙ୍ଗୁଡି ଚପ୍

ଗୋଟା ଚିଙ୍ଗୁଡି ଚପ୍
ସାମଗ୍ରୀ: - ଅଧକିଲୋ ବଡ ଚିଙ୍ଗୁଡି - ଦୁଇଟି ଆଳୁ - ଗୋଟିଏ ଅଣ୍ଡା - ଗୋଟିଏ ପିଆଜ - ଗୋଠିଏ ରସୁଣ - ୬ଟା କଂଚା ଲଙ୍କା - ୧ କପ ଲଡୁଆ ବିସ୍କୁଟ ଗୁଣ୍ଡ - ଛାଣିବା ପାଇଁ ତେଲ - ଦରକାର ମୁତାବକ ଲୁଣ ପ୍ରଣାଳୀ: ଚିଙ୍ଗୁଡିର ଚୋପା ନ ଛଡାଇ ଅଳ୍ପ ପାଣିରେ ଲୁଣ ଦେଇ ସିଝାଅ । ସିଝା ଚିଙ୍ଗୁଡିର ମୁଣ୍ଡ ଖୋଳ ଓ ଲାଞ୍ଜ ଛଡାଇ ଅଲଗା କରି ରଖ । ଅନ୍ୟ ଚୋପାଗୁଡିକ ଫୋପାଡି ଦିଅ । ଆଳୁ ସିଝାଇ ନିଅ । ପିଆଜ , ରସୁଣ , କଂଚାଲଙ୍କା ଚିକକଣ କରି ବାଟ । ସିଝା ଚିଙ୍ଗୁଡି ଓ ସିଝା ଆଳୁକୁ ଶିଳରେ ବାଟ । ଦୁଇ ବଟାକୁ ଲୁଣ ଦେଇ ଭଲଭାବରେ ଗୋଳାଇ ରଖ । ଏଇ ବଟାକୁ ଲୁଣ ଦେଇ ଭଲଭାବରେ ଗୋଳାଇ ରଖ । ଏଇ ବଟାକୁ ଯେତେଟା ଚିଙ୍ଗୁଡି ଥିଲା ସେତେ ଭାଗ କର । ଗୋଟିଏ ଗୋଟିଏ ଭାଗକୁ ଚିଙ୍ଗୁଡି ସାଇଜର ଲମ୍ବା ଲମ୍ବା ଗଢିନିଅ । ସେଥିରେ ମୁଣ୍ଡ ଜାଗାରେ ମୁଣ୍ଡର ଚୋପା ଓ ଲାଞ୍ଜ ଜାଗାରେ ଲାଞ୍ଜ ଲଗାଇ ଦିଅ । ଏଇ ଚିଙ୍ଗୁଡିକୁ ଅଣ୍ଡାରେ ବୁଡାଇ ଲଡୁଆ ବିସ୍କୁଟ ଗୁଣ୍ଡ ଉପରେ ଚାପି ଚାପି ଦେଇ ଗରମ ତେଲରେ ଛାଣି ରଖିବ । ଠିକ ଭଜା ଚିଙ୍ଗୁଡି ପରି ଦେଖାଯିବ ।