ବେବିକର୍ଣ୍ଣ ପନିର ଫ୍ରାଏ
ବେବିକର୍ଣ୍ଣ ପନିର ଫ୍ରାଏ
admin
Mar 9, 2020 - 05:19
Updated: Mar 9, 2020 - 05:19
ସାମଗ୍ରୀ: ବେବିକର୍ଣ୍ଣ: ୨ କପ୍, କଟା ପନିର: ୪ କପ, ଜିରା- ଅଧା ଚାମଚ, ହେଙ୍ଗୁ-ଚିମୁଟାଏ, ଅଦା ରସୁଣ ବଟା-୧ ଚାମଚ, କଟା ଧଳା ପିଆଜଶଣ୍ଢା-ଅଧା କପ, କଟା ଗ୍ରୀନ ପିଆଜ ଶଣ୍ଢା- ଅଧା କପ, କଟା ନାଲି କ୍ୟାପସିକମ-ଅଧା କପ, କଟା ଗ୍ରୀନ କ୍ୟାପସିକମ-ଅଧା କପ, ହଳଦୀଗୁଣ୍ଡ-ଅଧା ଚାମଚ, ଲଙ୍କାଗୁଣ୍ଡ- ଅଧାଚାମଚ, ଟମାଟୋ ପୁ୍ୟରି- ୧ଚାମଚ, ଟମାଟୋସସ-୨ ଚାମଚ, କଟା ଧନିଆ ପତ୍ର-୨ ଚାମଚ, ଲୁଣ ପ୍ରୟୋଜନ ଅନୁସାରେ, ତେଲ ଆବଶ୍ୟକ ଅନୁଯାୟୀ ।
ପ୍ରଣାଳୀ: ପ୍ରଥମେ ବେବିକର୍ଣ୍ଣକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା ପରେ ତାକୁ ଲମ୍ବା ଲମ୍ବା ଖଣ୍ଡ କରି କାଟି ଏକ ପାତ୍ର ରଖି ଦିଅନ୍ତୁ । ଗ୍ୟାସରେ କଡେ଼ଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲେ ଜିରା ଓ ହେଙ୍ଗୁ ପକାଇ ଫୁଟାନ୍ତୁ । ଜିରା ଓ ହେଙ୍ଗୁ ଫୁଟିଗଲେ ସେଥିରେ ଅଦା ରସୁଣ ବଟା, ଧଳା ପିଆଜ ଶଣ୍ଢା, ନାଲି କ୍ୟାପସିକମ ଓ ଗ୍ରୀନ କ୍ୟାପସିକମ ପକାଇ ୨ ରୁ ୩ ମିନି ପର୍ଯ୍ୟନ୍ତ କଷନ୍ତୁ । ତା ପରେ ସେଥିରେ ବେବିକର୍ଣ୍ଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଟମାଟୋ ପୁ୍ୟରି, ଟମାଟୋ ସସ ଓ ଲୁଣ ପକାଇ ଭଲ ଭାବେ କଷି ଦିଅନ୍ତୁ । ବେବିକର୍ଣ୍ଣ ଭଲ ଭାବେ କଷି ହୋଇଗଲେ ସେଥିରେ ପନିର ଓ ଗ୍ରୀନ ପିଆଜ ଶଣ୍ଢା ପକାଇ ଗୋଳାଇ ଦିଅନ୍ତୁ । ତା ପରେ ମଧ୍ୟମ ଆଞ୍ଚରେ ବେବିକର୍ଣ୍ଣ ଓ ପନିରକୁ ଭଲ ଭାବେ ସିଝିବାକୁ ଛାଡ଼ି ଦିଅନ୍ତୁ । ଗ୍ୟାସ ବନ୍ଦ କରି ବେବିକର୍ଣ୍ଣ ପନିର ଫ୍ରାଏକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ତା ପରେ ସେଥିରେ ଧନିଆ ପତ୍ର ଓ ଗ୍ରୀନ୍ ପିଆଜଶଣ୍ଢା ସଜେଇ ଗରମ ଗରମ ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ ।