ଗୃହିଣୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଟିପ୍ସ

ଗୃହିଣୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଟିପ୍ସ

ଗୃହିଣୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଟିପ୍ସ
ଗୃହିଣୀମାନେ ରୋଷେଇ କଲାବେଳେ ଯେପରି ସତର୍କ, ବାସନକୁସନ, ଚାମଚକୁ ପରିଷ୍କାର ରଖିବାକରେ ମଧ୍ୟ ସେତିକି ଯତ୍ନବାନ । ବିଭିନ୍ନ ପ୍ରକାର ଭୋଜନ କରିବାରେ ସାଧାଚାମଚ ଓ କଣ୍ଟା ଚାମଚର ଅନେକ ସମୟରେ ଆବଶ୍ୟକତା ପଡ଼ିଥାଏ । ଏସବୁ ଚାମଚକୁ ପରିଷ୍କାର ରଖିବା ମଧ୍ୟ ବେଶ୍ ଜରୁରୀ । କେବଳ ପାଣିରେ ଏସବୁ ଚାମଚକୁ ନ ଧୋଇ ବରଂ ଗରମ ପାଣିରେ ଧୋଇବା ଭଲ । ଲିକ୍ୱିଡ ବାସନମଜା ବ୍ୟବହାର କରି କଣ୍ଟା ଚାମଚ ନିୟମିତ ଭାବେ ପରିଷ୍କାର କରନ୍ତୁ । ଚାମଚରେ କୌଣସି ଦାଗ ଲାଗିଥିଲେ, ବେକିଂ ସୋଡ଼ା ଓ ପାଣିର ଘୋଳ କରି ଚାମଚରେ ଲଗାଇ କିଛି ସମୟ ଛାଡ଼ି ପରିଷ୍କାର ପାଣିରେ ଧୋଇନେବେ । ଦାଗ ଶୀଘ୍ର ଚାଲିଯିବ । ଚାମଚରେ ଜଙ୍କ ଦାଗ ଲାଗିଥିଲେ ଭିନେଗାରରେ ଚାମଚ ୭-୧୦ ମିନିଟ ବୁଡାଇ ରଖନ୍ତୁ । ପରେ ଚାମଚକୁ ବାହାର କରି ସଫା କପଡ଼ାରେ ଭଲଭାବେ ପୋଛିଲେ ଦାଗ ଚାଲିଯାଏ । ଚାମଚରେ ଅପରିଷ୍କାର ଜମି ରହୁଥିଲେ ବ୍ରଶ୍ ସହାୟତାରେ ମଧ୍ୟ ଆପଣ ସେ ସବୁ ସଫା କରିପାରିବେ ।