ରାଜ୍ୟରୁ ବିଦେଶ ଯିବାକୁ ଚାହୁଁଛନ୍ତି ଛାତ୍ରଛାତ୍ରୀଙ୍କୁ ଦିଆଯିବ କୋଭିସିଲ୍ଡ

ରାଜ୍ୟରୁ ବିଦେଶ ଯିବାକୁ ଚାହୁଁଛନ୍ତି ଛାତ୍ରଛାତ୍ରୀଙ୍କୁ ଦିଆଯିବ କୋଭିସିଲ୍ଡ

ରାଜ୍ୟରୁ ବିଦେଶ ଯିବାକୁ ଚାହୁଁଛନ୍ତି ଛାତ୍ରଛାତ୍ରୀଙ୍କୁ ଦିଆଯିବ କୋଭିସିଲ୍ଡ
ଭୁବନେଶ୍ୱର: ରାଜ୍ୟରୁ ଯେଉଁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କୋଭିସିଲ୍ଡ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାର ଦୁଇଟି ଡୋଜ୍ ନେଇଥିଲେ ବିଦେଶରେ ପ୍ରବେଶ ଅନୁମତି ମିଳିବ । ତେଣୁ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଦୁଇଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଖୋର୍ଦ୍ଧା ପି.ଏନ୍. କଲେଜ ଓ କଟକ ମହାନଗର ନିଗମ ପକ୍ଷରୁ ଗୋପାଳପୁରସ୍ଥିତ ସିଏମସି କଲ୍ୟାଣ ମଣ୍ଡପରେ ଟିକାକରଣ ବ୍ୟବସ୍ଥା କରାଯାଇଛି । ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ ଏଠାକୁ ଆସି ସିଧାସଳଖ ଟିକା ନେଇପାରିବେ । ସୋମବାରରୁ ଶୁକ୍ରବାର ଯାଏଁ ଟିକାକରଣ ଚାଲିବ । ଟିକା ନେବା ବେଳେ ସାଙ୍ଗରେ ବିଦେଶ ବିଶ୍ୱବିଦ୍ୟାଳୟର କାଗଜପତ୍ର, ଆଧାର କାର୍ଡ କିମ୍ୱା ଅନ୍ୟ ଯେକୌଣସି ପରିଚୟ ପ୍ରମାଣପତ୍ର ଆଣିବେ । ନିର୍ଦ୍ଧିରିତ ଦିନଗୁଡ଼ିକରେ ସକାଳ ୧୦ଟାରୁ ଦିନ ୨ଟା ଯାଏ ଟିକାକରଣ ଚାଲିବ । ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ସେମାନଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ ।