ଥକାପଣ ଏବଂ ଭଲ ନିଦ ହେବା ପାଇଁ ପିଅନ୍ତୁ ଗରମ କ୍ଷୀର

ଥକାପଣ ଏବଂ ଭଲ ନିଦ ହେବା ପାଇଁ ପିଅନ୍ତୁ ଗରମ କ୍ଷୀର

ଥକାପଣ ଏବଂ ଭଲ ନିଦ ହେବା ପାଇଁ ପିଅନ୍ତୁ ଗରମ କ୍ଷୀର
ପିଲା ହୁଅନ୍ତୁ କି ବୁଢ଼ା, ସମସ୍ତଙ୍କ ପାଇଁ କ୍ଷୀର ଲାଭଦାୟକ ହୋଇଥାଏ । ବିଶେଷ କରି ଶୀତଦିନେ ଲୋକମାନେ ଥଣ୍ଡା ଜ୍ୱରରୁ ବଞ୍ଚିବା ପାଇଁ ଗରମ କ୍ଷୀର ପିଇଥାନ୍ତି । ଏଥିରେ ଥିବା ପ୍ରୋଟିନ, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏବଂ ମିନେରାଲ୍ସ ଶରୀରକୁ ପୋଷଣ ଦେବା ସହ ସୁସ୍ଥ ରଖିଥାଏ । ଏବେ ଆସନ୍ତୁ ଜାଣିବା ଗରମ କ୍ଷୀରରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ । • ଗରମ କ୍ଷୀର ସକାଳ କିମ୍ବା ସନ୍ଧ୍ୟା ସମୟରେ ପିଇବା ଉଚିତ୍ । ସକାଳ ସମୟରେ କ୍ଷୀର ପିଇବା ଦ୍ୱାରା ଦିନ ସାରା ଫୁର୍ତ୍ତି ଲାଗିଥାଏ ଏବଂ ସଂନ୍ଧ୍ୟା ସମୟରେ କ୍ଷୀର ପିଇବା ଦ୍ୱାରା ଆଖି ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ଗରମ କ୍ଷୀରକୁ ରାତି ସମୟରେ ପିଉଛନ୍ତି । ତେବେ କ୍ଷୀରରେ ଥିବା ପୋଷକ ତତ୍ତ୍ୱଗୁଡ଼ିକ ଶରୀରକୁ ଭଲ ଭାବରେ ମିଳିପାରିଥାଏ । • ଭୁଲରେ ମଧ୍ୟ ସକାଳ ସମୟରେ ଖାଲି ପେଟରେ କ୍ଷୀର ପିଅନ୍ତୁ ନାହିଁ । ଏହା ଦ୍ୱାରା ପେଟଜନିତ ସମସ୍ୟା ଦେଖାଯାଇଥାଏ । ବୃଦ୍ଧ ଲୋକମାନେ ମଧ୍ୟାହ୍ନ ସମୟରେ କ୍ଷୀର ପିଇପାରିବେ । • କ୍ଷୀରରେ ଚିନି ମିଶାଇ ପିଇବା ଅପେକ୍ଷା ସେଥିରେ ମହୁ ବା ଗୁଡ଼ ମିଶାଇ ପିଇଲେ ଶରୀରକୁ ଅଧିକ ଫାଇଦା ମିଳିଥାଏ । • ଯଦି ଆପଣଙ୍କ ଆଣ୍ଠୁ-ଗଣ୍ଠିର ସମସ୍ୟା ରହିଛି । ତେବେ ହଳଦୀ ମିଶାଇ କ୍ଷୀର ପିଇବା ଆରମ୍ଭ କରନ୍ତୁ । • ରାତି ସମୟରେ ଠିକ୍ ଭାବରେ ନିଦ ହେଉନଥିଲେ ଗରମ କ୍ଷୀର ପିଇ ଶୋଇବା ଆରମ୍ଭ କରନ୍ତୁ । ଏହା ଦ୍ୱାରା ନିଦ ଭଲ ହେବା ସହ ଥକାପଣ ମଧ୍ୟ କମ ହୋଇଥାଏ ।