ଏଣିକି ଜନ୍ମ ଓ ମୃତୁ୍ୟର ଇ-ପଞ୍ଜୀକରଣ କରିବ ସ୍ୱାସ୍ଥ୍ୟ ବିଭାଗ

ଏଣିକି ଜନ୍ମ ଓ ମୃତୁ୍ୟର ଇ-ପଞ୍ଜୀକରଣ କରିବ ସ୍ୱାସ୍ଥ୍ୟ ବିଭାଗ

ଏଣିକି ଜନ୍ମ ଓ ମୃତୁ୍ୟର ଇ-ପଞ୍ଜୀକରଣ କରିବ ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର : ଏଣିକି ଜନ୍ମ ଓ ମୃତୁ୍ୟର ପଞ୍ଜୀକରଣ କାର୍ଯ୍ୟ ସ୍ୱାସ୍ଥ୍ୟ ବିଭାଗ କରିବ । ପୂର୍ବରୁ ଏହି କାର୍ଯ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କରୁଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ୫"ଟି' ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେହିଭଳି ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାର ଗୁଣବତ୍ତା ଅନୁଧ୍ୟାନ ପାଇଁ ଏସ୍ଓପି ପ୍ରସ୍ତୁତ ହାଇଛି । ଶନିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡାକ୍ତର ପ୍ରମାଦ ମେହେର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜନ୍ମ ଓ ମୃତୁ୍ୟର ଇ-ପଞ୍ଜୀକରଣ ଓ ଇ-ମୁନିସିପାଲଟି ସଫ୍ଟୱରେ ପ୍ରସ୍ତୁତ କରିବାକୁ ଟିସିଏସ୍କୁ ଦାୟିତ୍ୱ ଦିଆଯାଇଛି । ଏହି ପଞ୍ଜୀକରଣ କାର୍ଯ୍ୟ କରିବାକୁ ଖୁବଶୀଘ୍ର ୧୦୬ ଜଣ ପରିସଂଖ୍ୟାନ କିରାଣିଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାର ଗୁଣାବତ୍ତା ଅନୁଧ୍ୟାନ କରିବା ପାଇଁ ନୂତନ ଏସ୍ଓପି ଅନୁଯାୟୀ, ୮୪ଟି ୧୦୮ ଆମ୍ବୁଲାନ୍ସ ଚଳାଇବାକୁ ବ୍ୟବସ୍ଥା କରାଯାଇଛି । ମୃତ ବ୍ୟକ୍ତିଙ୍କ ପରିବହନ ପାଇଁ ମହାପ୍ରୟାଣ ଯାଜନାରେ ପରିବର୍ତ୍ତନ ଅଣାଯାଇ ନୂତନ ନିଦେ୍ର୍ଧଶାବଳୀ ପ୍ରସ୍ତୁତ ହୋଇଛି । କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, କଟକ ସିଟି ହସ୍ପିଟାଲ ଏବଂ ବ୍ରହ୍ମପୁର ସିଟି ହସ୍ପିଟାଲରେ ଥିବା ସମସ୍ତ ଯନ୍ତ୍ରପାତିର ଯାଞ୍ଚ ସହିତ କଲ୍ ସେଣ୍ଟର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ଶେଷସୁଦ୍ଧା ଅନ୍ୟ ସମସ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଯାଞ୍ଚ ଓ କଲ୍ ସେଣ୍ଟର ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯିବ । ସେହିପରି କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ଗ୍ରାଜୁଏଟ ପ୍ରତିଷ୍ଠାନ କରିବା ପାଇଁ ଆଲୋଚନା ହାଇଛି । ରାଜ୍ୟର ସମସ୍ତ ରକ୍ତଭଣ୍ଡାରରେ ରକ୍ତର ଉପଲବ୍ଧି ସଂକ୍ରାନ୍ତରେ ସୂଚନା ଏବଂ ଏହାକୁ ଦୁର୍ନୀତିମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଡାକ୍ତରଖାନାଗୁଡ଼ିକରେ ଥିବା ହେଲପ୍ ଡେସ୍କକୁ ସ୍ୱାସ୍ଥ୍ୟ ମିତ୍ର କିମ୍ବା ଏସଏଚଜି ଗ୍ରୁପ୍ ଦ୍ୱାରା ପରିଚାଳନା କରିବାକୁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ମିସନ ଶକ୍ତି ନିଦେ୍ର୍ଧଶକଙ୍କୁ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଗୋପବନ୍ଧୁ ପୁରସ୍କାର ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏହାସହିତ ଆଇପିଏସମାନ ଅନୁଯାୟୀ, ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି, ଡାକ୍ତରମାନଙ୍କର ଉପସ୍ଥାନ, ଜିଲ୍ଲାପାଳମାନଙ୍କ ଦ୍ୱାରା ନିର୍ଦ୍ଧିଷ୍ଟ ଦିନରେ ସ୍ୱାସ୍ଥ୍ୟ ସେବା ସମୀକ୍ଷା ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିସନ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ୍, ମେଡିକାଲ ନିଗମ ପରିଚାଳନା ନିଦେ୍ର୍ଧଶିକା ଯାମିନୀ ଷଡ଼ଙ୍ଗୀ, ଯୁଗ୍ମ ଶାସନ ସଚିବ ଗୁହା ପୁନମ୍ ତାପସ୍ କୁମାରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।