ଅବସାଦର କାରଣ ପ୍ରତିରକ୍ଷା ପ୍ରଣାଳୀ

ଅବସାଦର କାରଣ ପ୍ରତିରକ୍ଷା ପ୍ରଣାଳୀ

ଅବସାଦର କାରଣ ପ୍ରତିରକ୍ଷା ପ୍ରଣାଳୀ
ଆଜି ପର୍ଯ୍ୟନ୍ତ କୁହାଯାଇଆସୁଛି ମାନସିକ ସମସ୍ୟା ଯୋଗୁଁ ମଣିଷ ଅବସାଦର ଶିକାର ହୋଇଥାଏ । ଅତ୍ୟଧିକ ଅବସାଦ ଭୋଗୁଥିବା ବ୍ୟକ୍ତି ସୁସ୍ଥ ହେବା ପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଏ । ବିଗତ ଅନେକ ଦଶନ୍ଧି ଧରି ବିଶେଷଜ୍ଞମାନଙ୍କ ମନରେ ଏଭଳି ବିଶ୍ୱାସ ରହିଆସିଛି । ମାତ୍ର ନିକଟରେ କେତେକ ବୈଜ୍ଞାନିକ ଦାବି କରିଛନ୍ତି ଯେ ଯେଉଁ ଔଷଧଗୁଡ଼ିକୁ ଅତ୍ୟଧିକ ସକି୍ରୟ ହୋଇପଡ଼ିଥିବା ପ୍ରତିରକ୍ଷା ପ୍ରଣାଳୀକୁ ଶାନ୍ତ କରିବା ଲାଗି ଗ୍ରହଣ କରାଯାଏ, ତାହା ହିଁ ଭବିଷ୍ୟତରେ ଗୁରୁତର ମାନସିକ ଅବସାଦ ସୃଷ୍ଟି କରିଥାଏ । ଏକ ଆକଳନରୁ ଜଣାପଡ଼ିଛି, ସାରା ବିଶ୍ୱରେ ୩୫ କୋଟି ଊଦ୍ଧ୍ୱର୍ ବ୍ୟକ୍ତି ଅବସାଦରେ ପୀଡ଼ିତ । ଲଣ୍ଡନ୍‌ର କିଙ୍ଗ୍‌ସ୍‌ କଲେଜର ପ୍ରଫେସର୍‌ କାର୍ମିନେ ପରିୟନ୍ତେଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତିର ପ୍ରତିରକ୍ଷା ପ୍ରଣାଳୀ ଏବଂ ମସ୍ତିଷ୍କର କାର୍ଯ୍ୟସ୍ଥଳୀ ମଧ୍ୟରେ ନିବିଡ଼ ସମ୍ବନ୍ଧ ରହିଛି । ତେଣୁ ପ୍ରତିରକ୍ଷା ପ୍ରଣାଳୀ ସକି୍ରୟ ଏବଂ ନିଷ୍କି୍ରୟ ହେଲେ ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ । ପ୍ରଥମ ଥର ଲାଗି ଏହା ଜଣାପଡ଼ିଥିବା ବେଳେ ଆଗାମୀ ଭବିଷ୍ୟତରେ ମାନସିକ ରୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କୁହାଯାଇଛି ।