ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ୧୦ଟି ଟିପ୍‌ସ

ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ୧୦ଟି ଟିପ୍‌ସ

ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ୧୦ଟି ଟିପ୍‌ସ

ଶରୀରରେ ମାଂସପେଶୀ ଠିକ୍‌ ଭାବରେ କାର୍ୟ୍ୟ ନକଲେ ଆପଣ ଦୁର୍ବଳ ହେବାକୁ ଲାଗିଥା’ନ୍ତି। ଶରୀରର ଅନ୍ୟ ସମସ୍ତ ମାଂସପେଶୀ ପରି ଆଖିର ମାଂସପେଶୀକୁ ମଧ୍ୟ ବ୍ୟାୟାମର ଆବଶ୍ୟକତା ପଡ଼ିଥାଏ। ଏହି ବ୍ୟାୟାମ ଦ୍ୱାରା ଆଖି ଠିକ୍ ଭାବରେ କାର୍ୟ୍ୟ କରିଥାଏ। ତେବେର ଆଖିର ଦୃଷ୍ଟିଶକ୍ତିକୁ ପ୍ରଖର କରିବା ପାଇଁ ଆପଣ ବିଭିନ୍ନ ପ୍ରକାର ଉପାୟ ଆପଣଇଥା’ନ୍ତି। ଆଜି ଆମେ ଆପଣଙ୍କୁ ଆଖି ସମ୍ପର୍କିତ କିଛି ଟିପସ୍‌ କହିବୁ, ଯାହାକୁ କରିବା ଦ୍ୱାରା ଆପଣଙ୍କ ଆଖି ସୁସ୍ଥ ରହିବା ସହିତ ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ପାଇବ। ଆସନ୍ତୁ ଜାଣିବା ସେହି ଟିପସ୍‌ ଗୁଡ଼ିକ ବିଷୟରେ

୧. ଆଖିକୁ ଆବଶ୍ୟକତାଠାରୁ ଅଧିକ ଚାପ ଦିଅନ୍ତୁ ନାହିଁ। ଯଦି ଅଧିକ ସମୟ ଧରି ମୋବାଇଲ୍‌, ଲ୍ୟାପଟପ୍‌ କିମ୍ୱା କମ୍ପ୍ୟୁଟର ସାମ୍ନାରେ କାର୍ୟ୍ୟ କରୁଛନ୍ତି, ତେବେ ପ୍ରତି ଘଣ୍ଟାଏ କିମ୍ୱା ଦୁଇ ଘଣ୍ଟାରେ ଆଖିକୁ ଦୁଇରୁ ତିନି ମିନିଟ୍‌ ବିଶ୍ରାମ ଦିଅନ୍ତୁ ।
୨. ଆଖିକୁ ସୁସ୍ଥ ରଖିବା ପାଇଁ କିଛି ଏକ୍ସସରସାଇଜ୍‌ କରନ୍ତୁ। ଯେପରିକି ସବୁଜ ଗଛଲତାକୁ ଦିନକୁ ୧୦ରୁ ୧୫ ମିନିଟ୍‌ ଦେଖନ୍ତୁ।
୩. ଯଦି ଆପଣ ଚଷମା ଲଗାଉଛନ୍ତି, ତେବେ ଚଷମା କମ୍‌ ଲଗାଇବା ପାଇଁ ଚେଷ୍ଟା କରନ୍ତୁ। କେବଳ କାମ କରିବା ସମୟରେ ହିଁ ଚଷମା ବ୍ୟବହାର କରିବା ଭଲ।
୪. ଆଖିକୁ ଆସ୍ତେ ଆସ୍ତେ ଆଙ୍ଗୁଳିରେ ହାଲ୍‌କା ମସାଜ୍‌ କରନ୍ତୁ। ମନେରଖନ୍ତୁ ମସାଜ୍‌ କରିବା ସମୟରେ ଯେପରି ଆଖିକୁ ଯନ୍ତ୍ରଣା ନହୁଏ।
୫. ବାହାରକୁ ବୁଲିବାକୁ ଯିବା ସମୟରେ ଅଧିକ ଦୂର ପର୍ୟ୍ୟନ୍ତ କୌଣସି ଜିନିଷକୁ ଦେଖିବାକୁ ଚେଷ୍ଟା କରନ୍ତୁ ଅର୍ଥାତ୍‌ ଆପଣଙ୍କର ଦୃଷ୍ଟିଶକ୍ତି କେଉଁ ପର୍ୟ୍ୟନ୍ତ ଯାଇପାରୁଛି, ଜାଣିବାକୁ ଚେଷ୍ଟା କରନ୍ତୁ ।