ପାଚିଲା ଅମୃତଭଣ୍ଡା

ପାଚିଲା ଅମୃତଭଣ୍ଡା

ପାଚିଲା ଅମୃତଭଣ୍ଡା ଅଧିକ କ୍ୟାରୋଟିନ ଓ କ୍ୟାଲୋରୀଯୁକ୍ତ ଫଳ । ମେଦବହୁଳତା ଭୋଗୁଥିବା ରୋଗୀ ପାଇଁ ଏହା ଉପକାରୀ । ଭିଟାମିନ ଏ, ସି ଏବଂ ପଟାସିୟମରେ ଏହା ଭରପୁର । ନିୟମିତ ଖାଇବା ଦ୍ୱାରା ଆଖି ସମସ୍ୟା, ସର୍ଦ୍ଧି, କାଶ ଆଦି ଦୂର ହୁଏ । ଏହାର ପଟାସିୟମ ଉପାଦାନ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । ନିୟମିତ ପାଚିଲା ଅମୃତଭଣ୍ଡା ଖାଇବା ଦ୍ୱାରା ଚର୍ବି କମେ ଓ ରକ୍ତ ସଞ୍ଚାଳନର ବେଗ ବଢେ଼ । ହୃଦଘାତ ଓ ମସ୍ତିଷ୍କ ଆଘାତ ଆଶଙ୍କା ମଧ୍ୟ ଏହା କମାଇ ଦିଏ । ଏହା ରୋଗ ପ୍ରତିରୋଧକ ଏବଂ ହଜମ ଶକ୍ତି ବଢ଼ାଇବାରେ ସହାୟକ ହୁଏ । କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀ ପାଚିଲା ଅମୃତଭଣ୍ଡା ଖାଇପାରିବେ । ଏହାର ଏଣ୍ଟି ଅକ୍ସିଡେଣ୍ଟ ଗୁଣ ଚର୍ମକୁଞ୍ଚନ ଦୂର କରେ ଏବଂ ତ୍ୱଚାର ଚମକ ବଢ଼ାଏ ।