ବର୍ଷା ଦିନେ ଖାଆନ୍ତୁ ନାହିଁ ଏହି ଖାଦ୍ୟ

ବର୍ଷା ଦିନେ ଖାଆନ୍ତୁ ନାହିଁ ଏହି ଖାଦ୍ୟ

ବର୍ଷା ଦିନେ ଖାଆନ୍ତୁ ନାହିଁ ଏହି ଖାଦ୍ୟ
ଚାଲିଛି ବର୍ଷା ଋତୁ । ଏହି ଋତୁରେ ଟିକେ ଜଗିରଖି ଚଳିବାକୁ ପରାମର୍ଶ ଦିଆଯାଏ । କାରଣ ଏହି ଦିନରେ ଅନେକ ପ୍ରକାର ସଂକ୍ରାମକ ରୋଗ ହୋଇଥାଏ । ତା’ ସହିତ ଖାଦ୍ୟପେୟ ପ୍ରତି ବି ଯତ୍ନବାନ ହେବାକୁ କୁହାଯାଏ । ବାହାର ଜିନିଷ ନଖାଇବାକୁ କୁହାଯାଏ । ତେବେ ବର୍ଷା ଦିନେ ଘରେ ମଧ୍ୟ ରୋଷେଇ କରି କିଛି ଖାଦ୍ୟ ଖାଇବାକୁ ମନା କରାଯାଏ । କାରଣ ବର୍ଷା ଦିନେ ଏଗୁଡ଼ିକୁ ଖାଇଲେ ଦେହ ଖରାପ ହୁଏ ବୋଲି କୁହାଯାଏ । ତା’ ହେଲେ ଆସନ୍ତୁ ଜାଣିବା ଏହି ଋତୁରେ କେଉଁ ସବୁ ଜିନିଷ ନଖାଇଲେ ଭଲ । ଶାଗ: ବର୍ଷା ଦିନେ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । କାରଣ ବର୍ଷା ଦିନେ ଶାଗରେ ସାଧାରଣତଃ ପୋକ ହୋଇଥାଏ । ଆଉ ଏହି ପୋକ ବିଭିନ୍ନ ରୋଗର କାରଣ ସାଜିଥାଏ । ସେଥିପାଇଁ ଯଥା ସମ୍ଭବ ଶାଗ ଖାଆନ୍ତୁ ନାହିଁ । ଛଣା ଖାଦ୍ୟ: ବର୍ଷା ଦିନେ ପ୍ରାୟ ସମସ୍ତେ ପକୁଡ଼ି, ଆଳୁଚପ ଭଳି ଛଣାଛଣି ଜିନିଷ ଖାଇବାକୁ ଭଲ ପାଆନ୍ତି । ଘରେ ତିଆରି କରି ଖାଆନ୍ତି, ନହେଲେ ବାହାରୁ କିଣି ଖାଆନ୍ତି । କିନ୍ତୁ ଜାଣନ୍ତି କି ବର୍ଷା ଦିନେ ତେଲ ଛଣା ଜିନିଷ ଖାଇଲେ ପେଟ ସହିତ ଜଡ଼ିତ ଅନେକ ସମସ୍ୟା ଦେଖାଯାଏ । ତେଣୁ ଯଥାସମ୍ଭବ ଏଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ । ମାଛ: ବର୍ଷା ଋତୁରେ ଦନୀ, ପୋଖରୀ ଆଦିରେ ମାଛ ଭର୍ତ୍ତି ହୋଇଯାଆନ୍ତି । କିନ୍ତୁ ଏହି ଦିନେ ମାଛ ଖାଇବାକୁ ମନା କରାଯାଏ । ବର୍ଷା ପାଗରେ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇନଥାଏ ବୋଲି କୁହାଯାଏ । ତେବେ ଚିକେନ ଓ ମଟନ ଖାଇପାରିବେ । ବାସିଖାଦ୍ୟ: ବର୍ଷା ଦିନେ ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । କାରଣ ବର୍ଷା ଋତୁରେ ହୁ୍ୟମିଡିଟି ବହୁତ ଅଧିକ ରହେ । ଫଳରେ ରାତିର ବଳକା ଖାଦ୍ୟ ୬ ଘଣ୍ଟାରେ ପଚିବା ଆରମ୍ଭ ହୋଇଯାଏ ଓ ଖରାପ ହୋଇଯାଏ । ଏହାକୁ ଖାଇଲେ ଦେହ ଖରାପ ହୋଇଥାଏ । ତେଣୁ ବର୍ଷା ଦିନେ କେବଳ ଗରମ ଖାଦ୍ୟ ଖାଆନ୍ତୁ ।