ଲକ୍ ଡାଉନରେ ଘରେ ରହି ନିଅନ୍ତୁ କେଶର ଯତ୍ନ

ଲକ୍ ଡାଉନରେ ଘରେ ରହି ନିଅନ୍ତୁ କେଶର ଯତ୍ନ

ଲକ୍ ଡାଉନରେ ଘରେ ରହି ନିଅନ୍ତୁ କେଶର ଯତ୍ନ
ଘନ କେଶ ନିମନ୍ତେ କେତୋଟି ଘରୋଇ ଉପଚାର କରିବା ସହ ଖାଦ୍ୟପାନୀୟ ବାବଦରେ ସତର୍କ ରହିବା ଉଚିତ । ଦିନକୁ ଅତିକମରେ ୯୦-୧୦ ଗିଲାସ ପାଣି ପିଇବା ଆବଶ୍ୟକ । ମଝିରେ ମଝିରେ ଆପଣ ଲେମ୍ବୁ, ପାଣି କିମ୍ବା ଘରେ ସଦ୍ୟ ପ୍ରସ୍ତୁତ ଫଳରସ ମଧ୍ୟ ପିଇପାରିବେ । ଘରେ ହର୍ବାଲ ତେଲ ତିଆରି କରନ୍ତୁ । ନଡ଼ିଆ ତେଲ ଅଧ କପ୍ ଓ ସୋରିଷ ତେଲ ଅଧ କପ୍ ନେଇ ମିଶାଇବେ । ବର୍ତ୍ତମାନ ଚୁଲାରେ କଡ଼େଇ ବସି ଏହି ମିଶ୍ରିତ ତେଲକୁ ଗରମ କରନ୍ତୁ । ୧୦ ମିନିଟ ପରେ ସେଇ ତେଲରେ ଅଧ ଚାମଚ କଳା ଜୀରା, ୨ ଚାମଚ ମେଥି ଭଲ ଭାବେ ଧୁଆଇ ହୋଇଥିବା ଭୁର୍ସୁଙ୍ଗ ପତ୍ର (୯-୧୦ଟି), ରସୁଣ ୨ ପାଖୁଡ଼ା ଓ ପିଆଜ ଗୋଟିଏ ବଡ଼ ଚୂନାଚୂନା କଟା ମିଶାଇବେ ।୨୦ ମିନିଟ ଏହି ତେଲକୁ ଫୁଟାଇ ପରେ ଚୁଲା ବନ୍ଦ କରି ତେଲକୁ ଥଣ୍ଡା କରନ୍ତୁ । ତେଲ ଥଣ୍ଡା ହେବା ପରେ ଏକ କାଚ ବୋତଲରେ ଛାଣି ସତର୍କତାର ସହ ରଖିବେ । ସପ୍ତାହକୁ ୩ଥର ଏହି ତେଲକୁ ପୂରା କେଶରେ ଓ କେଶମୂଳରେ ଲଗାଇ ୨୦ ମିନିଟ ପରେ ଶାମ୍ପୂ କରିନେବେ । କେଶ ଜନିତ ସମସ୍ୟା ଦୂର କରିବାରେ ଏହି ତେଲ ଖୁବ୍ ହିତକାରୀ । ନିୟମିତ ପାଳଙ୍ଗ ଶାଗ ଭୋଜନରେ ସାମିଲ କରିବା ସହ କାଜୁବାଦାମ ଓ ବାଦାମ ମଧ୍ୟ ଖାଇବା ଉଚିତ ।