ଠିକ୍ ସମୟରେ ମାସିକ ଋତୁସ୍ରାବ ନହେଲେ ଆପଣାନ୍ତୁ ଏହି ଘରୋଇ ଉପଚାର, ରହିବ ନାହିଁ କୌଣସି ସମସ୍ୟା
ଠିକ୍ ସମୟରେ ମାସିକ ଋତୁସ୍ରାବ ନହେଲେ ଆପଣାନ୍ତୁ ଏହି ଘରୋଇ ଉପଚାର, ରହିବ ନାହିଁ କୌଣସି ସମସ୍ୟା
ମାସିକ ଋତୁସ୍ରାବ ମହିଳାଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ଭିତରୁ ଗୋଟିଏ । ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ମାସିକ ଋତୁସ୍ରାବ କଷ୍ଟ ଦେଇ ଯିବାକୁୁ ପଡିଥାଏ । ଉକ୍ତ ସମୟରେ ମହିଳାଙ୍କୁ ନାହିନଥିବା ଅସୁବିଧା ଭୋଗିବାକୁ ପଡେ । ଏହି ସମୟରେ ମହିଳାଙ୍କୁ ଅନିୟମିତ ପିରିୟଡସ୍ ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ସହ ମଧ୍ୟ ଏପରି କିଛି ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଙ୍କୁ ଦେଖାନ୍ତୁ । କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ଏହାକୁ ଆପଣ ଏଡାଇପାରିବେ । ଯାହାଫଳରେ ଅନିୟମିତତା ସମସ୍ୟା ଖୁବ୍ କମ୍ ଦେଖାଦେଇଥାଏ ।
ଶୁଖିଲା ଧନିଆ : ଗୋଟିଏ ଚାମଚ ଶୁଖିଲା ଧନିଆର ମଞ୍ଜିକୁ ଦୁଇ କପ୍ ପାଣିରେ ଫୁଟାନ୍ତୁ ଏବଂ ଏହାର ମଞ୍ଜିକୁ ଛାଣି ଏହି ପାଣିକୁ ପିଅନ୍ତୁ । ପିରିୟଡସ୍ ଅନିୟମିତତା ବନ୍ଦ ହେବା ସହ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିବ ।
କଞ୍ଚା ଅମୃତଭଣ୍ଡା : ଯଦି ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଦେଉଛି ତେବେ କଞ୍ଚା ଅମୃତଭଣ୍ଡା ଖାଆନ୍ତୁ । ଏଥିରେ ପିରିୟଡସ୍ ସମୟରେ ହେଉଥିବା ରକ୍ତସ୍ରାବ ସନ୍ତୁଳିତ ହୋଇଥାଏ ଏବଂ ମାଂସପେଶୀକୁ ଫାଇବର ପ୍ରାପ୍ତ ହୋଇଥାଏ ।
ଚହ୍ଲା ପିଅନ୍ତୁ : ଗରମରେ ଚହ୍ଲା ପିଇବା ଅମୃତ ପିଇବା ଭଳି ହୋଇଥାଏ କିନ୍ତୁ ଏଥିରେ ମାସିକ ଋତୁସ୍ରାବ ଭଳି ଅସୁବିଧା ମଧ୍ୟ ଦୂର ହୋଇଥାଏ । ଆପଣଙ୍କୁ କହିରଖୁଛୁ ଚହ୍ଲାରେ କ୍ୟାଲସିୟମ୍ ,ପୋଟାସିୟମ୍ ,ପ୍ରୋଟିନ୍ ଏବଂ ଭିଟାମିନ୍-ବି ଭଳି ପୋଷକ ତତ୍ତ୍ୱ ଥାଏ ।
ଗୁଡ : ଗୁଡରେ ମିନାରଲ୍ ଏବଂ ଆଇରନ୍ ର ମାତ୍ରା ଅଧିକ ଥିବାରୁ ପ୍ରତିଦିନ ଗୁଡ ଖାଇବା ଦ୍ୱାରା ମାସିକ ଋତୁସ୍ରାବ ନିୟମିତ ହୋଇଥାଏ ।
ଘିକୁଆଁରୀ : ଘିକୁଆଁରୀ ରସ ବାହାର କରନ୍ତୁ ଏବଂ ଏଥିରେ ମହୁ ମିଶାନ୍ତୁ । ଏହାକୁ ସକାଳ ଜଳଖିଆ ପୂର୍ବରୁ ସେବନ କରନ୍ତୁ ନିୟମିତ ମାସିକ ଋତୁସ୍ରାବ ହେବ ।
ଜୀରା : ଦୁଇ ଚାମଚ ଜୀରା ରାତିରେ ପାଣିରେ ଭିଜେଇ ରଖନ୍ତୁ । ସକାଳୁ ଏହି ପାଣିକୁ ଜିରା ସହ ପିଅନ୍ତୁ ଏଥିରେ ରକ୍ତସ୍ରାବ ଠିକ୍ ହେବ ।
ହଳଦୀ : କ୍ଷୀରରେ କିମ୍ବା ଅନ୍ୟ କୌଣସି ପାନୀୟରେ ହଳଦୀର ସେବନ କରିବା ଦେହ ପାଇଁ ବହୁତ ଭଲ ହୋଇଥାଏ । ଏଥିରେ ହର୍ମୋନ୍ ସନ୍ତୁଳିତ ହୋଇ ରହିଥାଏ ।