ଯୁବବର୍ଗଙ୍କୁ ନିଦ୍ରାହୀନତା ଆଶଙ୍କା ବେଶି

ଯୁବବର୍ଗଙ୍କୁ ନିଦ୍ରାହୀନତା ଆଶଙ୍କା ବେଶି

ଯୁବବର୍ଗଙ୍କୁ ନିଦ୍ରାହୀନତା ଆଶଙ୍କା ବେଶି
ଆବଶ୍ୟକଠୁ କମ୍ ନିଦ ବା ନିଦ୍ରାହୀନତା ସମସ୍ୟାଯୁକ୍ତ ବ୍ୟକ୍ତିଙ୍କୁ ଷ୍ଟୋକ୍, ହୃଦଘାତ ଓ ଅନ୍ୟ ହୃଦରୋଗ ଆଶଙ୍କା ରହିଛି । ଏକ ନୂଆ ଅଧ୍ୟୟନ ଏହା ଦାବି କରିଛି । ଏହାର ଫଳାଫଳ ଅନୁସାରେ, ନିଦ ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତିଙ୍କ ଉପରେ ଯଦି ଫୋକସ କରାଯାଏ ତେବେ ଷ୍ଟୋକ, ହୃଦଘାତ ଓ ଅନ୍ୟ ରୋଗ ଆଶଙ୍କା ହ୍ରାସ କରାଯାଇପାରିବ ବୋଲି ଅଧ୍ୟୟନର ମୁଖ୍ୟ ଲେଖକ ଚୀନର ବେଜିଂ ସ୍ଥିତ ପେକିଂ ୟୁନିଭରର୍ସିଟି ମୁଖ୍ୟ ଲିମିଙ୍ଗ ଲି କହିଛନ୍ତି । ଅଧ୍ୟୟନରେ ଚୀନର ହାରାହାରି ୫୧ ବର୍ଷ ବସୟରେ ୪୮୭,୨୦୦ ଜଣଙ୍କୁ ସାମିଲ କରାଯାଇଥିଲା । ଅଧ୍ୟୟନ ଆରମ୍ଭରେ ପ୍ରତିଯୋଗୀର ଷ୍ଟ୍ରୋକ କିମ୍ବା ହୃଦରୋଗ ସମସ୍ୟା ନଥିଲା । ସେମାନେ ନିଦ୍ରାହୀନତାର ସମ୍ମୁଖୀନ ହୋଇଥିଲେ କି ନାହିଁ, ପ୍ରତି ସପ୍ତାହ ଅତିକମ୍ରେ ୩ ଦିନ ପ୍ରତିଯୋଗୀଙ୍କୁ ତାହା ପଚରାଯାଇଥିଲା । ମୋଟ ୧୧ ପ୍ରତିଶତ ଲୋକ ନିଦ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ୧୦ ପ୍ରତିଶତଙ୍କ ନିଦ ଖୁବଶୀଘ୍ର ଭାଙ୍ଗି ଯାଉଥିଲା ଏବଂ ନିଦ୍ରାହୀନତା ଯୋଗୁଁ ୨ ପ୍ରତିଶତ ଦିନବେଳେ କାମରେ ଫୋକସ କରିପାରୁନଥିଲେ । ଏହା ପରେ ପ୍ରାୟ ୧୦ ବର୍ଷ ଧରି ପ୍ରତିଯୋଗୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଗଲା । ଏହି ଅବଧିରେ ୧୩୦,୦୩୨ ଷ୍ଟ୍ରୋକ, ହୃଦଘାତ ଓ ସେହିଭଳି ଅନ୍ୟ ରୋଗ ସେମାନଙ୍କରେ ଜଣାପଡ଼ିଲା । ଯୁବବର୍ଗଙ୍କ ମଧ୍ୟରେ ନିଦ୍ରାହୀନତା ଲକ୍ଷଣ ଓ ଏହି ରୋଗ ଗୁଡ଼ିକର ସମ୍ପର୍କ ବେଶି ଥିଲା ।