ଗ୍ରୀଷ୍ମରେ କାକୁଡିର ଉପଯୋଗିତା

ଗ୍ରୀଷ୍ମରେ କାକୁଡିର ଉପଯୋଗିତା

ଗ୍ରୀଷ୍ମରେ କାକୁଡିର ଉପଯୋଗିତା
କେବଳ ସାଲାଡ ଭାବେ ନୁହେଁ, ବରଂ କାକୁଡି ରସକୁ ମଧ୍ୟ ପ୍ରତ୍ୟହ ଜଣେ ବ୍ୟକ୍ତି ପିଇପାରିବ । ଏଇ ପରିବାଟି ସବୁ ଋତୁରେ ମିଳୁଥିବାବେଳେ ଖରାଦିନେ କାକୁଡିର ଆଦର ସବୁଠୁ ଅଧିକ । ଦ୍ୱିପହର ଭୋଜନ ହେଉ କିମ୍ବା ରାତ୍ରିଭୋଜନ କାକୁଡି ସାଲାଡ ନିଜ ଭୋଜନରେ ସାମିଲ କରାଇବା ଉଚିତ । - ପରିସ୍ରା ପୋଡା କିମ୍ବା ପେଟ ସମସ୍ୟା ହେଉଥିଲେ, ପ୍ରତ୍ୟହ କାକୁଡି ଖାଆନ୍ତୁ । ୧ ସପ୍ତାହ ମଧ୍ୟରେ ଏଇ ସମସ୍ୟା ଦୂର ହୋଇଥାଏ । - ଗ୍ରୀଷ୍ମରେ ଅଂଶୁଘାତରୁ ବର୍ତିବାକୁ ଚାହୁଥିଲେ ଘରୁ ବାହାରିବା ପୂର୍ବରୁ କାକୁଡି ରସ ପିଇପାରନ୍ତି ନଚେତ ଗୋଟିଏ ଛୋଟ କାକୁଡି ଖାଇ ଯାଇପାରନ୍ତି । - ଖରାଦିନେ ଅମ୍ଳ ସମସ୍ୟା ହେଲେ, କାକୁଡି ଖାଇ ସେଥିରୁ ରକ୍ଷା ପାଇହେବ ବୋଲି ବିଶେଷଜ୍ଞଙ୍କ ମତ । - ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିଲେ ମଧ ନିୟମିତ ଭାବେ କାକୁଡି ଖାଇଲେ ତାହାର ଉପଶମ ହୋଇଥାଏ । ଏସବୁ ବାଦ କାକୁଡି ରସ ତ୍ୱଚା ଓ କେଶ ନିମନ୍ତେ ଏକ ଉତମ ଖୋରାକ ।