ଟମାଟୋ ଖାଆନ୍ତୁ ଏହି ସବୁ ରୋଗରୁ ମିଳିବ ଫାଇଦା

ଟମାଟୋ ଖାଆନ୍ତୁ ଏହି ସବୁ ରୋଗରୁ ମିଳିବ ଫାଇଦା

ଟମାଟୋ ଖାଆନ୍ତୁ ଏହି ସବୁ ରୋଗରୁ ମିଳିବ ଫାଇଦା
ସାଧାରଣତଃ ଶୀତଋତୁରେ ଟମାଟୋ ଅମଳ ହୁଏ । ଏହା ଏକ ଉପାଦେୟ ପରିବା । ଦେହ ପାଇଁ ଅତି ଉପକାରୀ । ଶୀତଋତୁରେ ଆସୁଥିବାରୁ ଏବେ ବଜାରରେ ପ୍ରଚୁର ପରିମାଣରେ ତାଜା ଟମାଟୋ ଉପଲବ୍ଧ ହେଲାଣି । ଏହା ବିଭିନ୍ନ ତରକାରୀ ଓ ବ୍ୟଞ୍ଜନରେ ଲାଗେ ତା ସହିତ ଏହାକୁ ସୁପ, ଚଟଣି ଏବଂ ସାଲାଡରେ ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଖଣଜି ସହ ମଣିଷ ପାଇଁ ଆବଶ୍ୟକ ହେଉଥିବା ଏକାଧିକ ପୋଷକ ତତ୍ତ୍ୱ ରହିଥାଏ । ଏହା କୋଲେଷ୍ଟରଲ, ମଧୁମେହକୁ ମଧ୍ୟ ନିୟନ୍ତ୍ରିତ କରେ । ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ । ଟମାଟୋ ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଉପଯୋଗୀ । ପ୍ରତିଦିନ ସକାଳେ ବିନା ପାଣିରେ ଗୋଟିଏ ଟମାଟେ ଖାଆନ୍ତୁ । ଏହା ଦେହ ପାଇଁ ସ୍ୱାସ୍ଥ୍ୟକର । ତ୍ୱଚାରେ ଟମାଟୋ ଘସିଲେ ଚମକ ଆସିବ । ଟମାଟୋ ସହିତ ଜୁଆଣି ମିଶାଇ ଖାଇଲେ ଗଣ୍ଠିବାତ ଦୂର ହୁଏ । ଗର୍ଭାବସ୍ଥାରେ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ନେଇ ଟମାଟୋ ଖାଇବା ଉଚିତ । ଟମାଟୋରେ ଭିଟାମିନ କେ’ ଏବଂ କ୍ୟାଲସିୟମ ଥିବାରୁ ଏହା ହାଡ଼ ମଜବୁତ କରେ । ଟମାଟୋରେ ସୈନ୍ଧବ ଲବଣ ମିଶାଇ ଖାଇଲେ ମୁହଁ ଉଜ୍ଜ୍ୱଳ ଦିଶିବ । ନିୟମିତ ଖାଇଲେ ରକ୍ତହୀନତା ଦୂର ହୁଏ । ଟମାଟୋ ଓଜନ କମାଇବାରେ ସହାୟକ । ପ୍ରତିଦିନ ୨/୩ ଟି ଟମାଟୋ ଖାଇଲେ ଓଜନ କମିବ ।