ରକ୍ତ ପରିଷ୍କାର ପାଇଁ ପ୍ରତିଦିନ ସେବନ କରନ୍ତୁ ନିମ୍ବପତ୍ର

ରକ୍ତ ପରିଷ୍କାର ପାଇଁ ପ୍ରତିଦିନ ସେବନ କରନ୍ତୁ ନିମ୍ବପତ୍ର

ରକ୍ତ ପରିଷ୍କାର ପାଇଁ ପ୍ରତିଦିନ ସେବନ କରନ୍ତୁ ନିମ୍ବପତ୍ର
ନିମ୍ବ ସ୍ବାଦରେ କଡା ହୋଇଥିଲେ ମଧ୍ୟ ଶରୀର ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ। ନିମ୍ବରେ ଆଣ୍ଟି-ବ୍ୟାକ୍ଟିରିୟାଲ ଏବଂ ଆଣ୍ଟି-ଫଙ୍ଗଲ ଗୁଣ ରହିଥାଏ। ଏହା ଅନେକ କମ୍ପାଉଣ୍ଡସର ସମୂହ ହୋଇଥାଏ ଯାହା ଆପଣଙ୍କୁ ଆଣ୍ଟିପାଇରେଟିକ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟିପ୍ରୋଟୋଜଲ ଗୁଣ ପ୍ରଦାନ କରିଥାଏ। ରକ୍ତକୁ ସଫା କରିବା ତ୍ବଚା ଏବଂ କେଶ ପାଇଁ ଉପଯୋଗୀ ଔଷଧୀ ଭାବରେ ନିମ୍ବକୁ ଆୟୁର୍ବେଦ ଭାବରେ ଆପଣା ଯାଇଛି। ନିମ୍ବ ପତ୍ରର ରସ ପିଇବା ଦ୍ବାରା କିଟାଣୁ ନଷ୍ଟ ହୋଇପାରେ। -ଯଦି ଆପଣ ପେଟ ସମ୍ବଦ୍ଧୀୟ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିମ୍ବର କଡାପଣକୁ ଭୁଲିବାକୁ ହେବ। ନିମ୍ବ ପତ୍ରର ରସକୁ ମହୁ ସହିତ ମିଶାଇ ପିଇବା ଦ୍ବାରା ପେଟର ସମସ୍ତ କିଟାଣୁ ମରିଯାଇଥାନ୍ତି। -ନିମ୍ବ ପତ୍ରକୁ ଶୁଖାଇ ମହୁ ସହିତ ମିଶାଇ ଖାଆନ୍ତୁ ଏହା ଆପଣଙ୍କୁ ଲୁଜ୍ ମୋସନରୁ ଆରାମ ମିଳିବ। ସେହିଭଳି ଷ୍ଟୋନ ସମସ୍ୟା ଥିଲେ ପ୍ରାୟ ୧୫୦ ଗ୍ରାମ ନିମ୍ବ ପତ୍ରକୁ ୧ ଲିଟର ପାଣିରେ ଫୁଟାଇ ଦିଅନ୍ତୁ। ପରେ ଏହା ଥଣ୍ଡା ହେଲା ପରେ ପିଅନ୍ତୁ। ପ୍ରତିଦିନ ଏମିତି କରିବା ଦ୍ବାରା ଆପଣଙ୍କ ପେଟରୁ ଷ୍ଟୋନ ବାହାରିଯିବ। -ଯଦି ଆପଣ ପେଟ ସମ୍ବଦ୍ଧୀୟ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିମ୍ବର କଡାପଣକୁ ଭୁଲିବାକୁ ପଡିବ। -ଏହା ସହିତ ନିୟମିତ ଅଳ୍ପ ପରିମାଣରେ ନିମ୍ବପତ୍ରକୁ ଖାଇବା ଦ୍ବାରା ରକ୍ତ ପରିଷ୍କାର ହୋଇଥାଏ।