ଓଜନ କମ କରିବାର ସରଳ ଉପାୟ

ଓଜନ କମ କରିବାର ସରଳ ଉପାୟ

ଓଜନ କମ କରିବାର ସରଳ ଉପାୟ
ଭଲଭାବେ ମନେରଖନ୍ତୁ ଯେ ଓଜନ ବଢିବା ସମୟରେ ଆଦୌ ଜଣାପଡେନି କିନ୍ତୁ ଏହାର ବିଭିନ୍ନ ପରିମାଣ ଦେଖିବା ପରେ ଅନୁଭୂତି ହୁଏ ଯେ ଓଜନକୁ ନିୟନ୍ତ୍ରଣରେ ରଖିବା କିମ୍ବା ବଢିଥିଲେ କମାଇବା ଖୁବ କଠିନ । ଏକଥା ବଲିଉଡର ସୁଲତାନ ସଲମାନ ଖାନ ମଧ୍ୟ ଏକ ସାକ୍ଷାତକାରରେ କହିଥିଲେ । ସୁଲତାନ ଚଳଚ୍ଚିତ୍ରର ଚରିତ୍ର ନିମନ୍ତେ ପ୍ରଥମେ ତାଙ୍କୁ ଓଜନ ବଢାଇକୁ ନିଦେ୍ର୍ଧଶକ ପରାମର୍ଶ ଦେଇଥିଲେ । ପରେ ତାଙ୍କୁ ମାତ୍ର ଦେଢ ମାସ ସମୟ ସୀମାରେ ୧୦ କିଲୋ ଓଜନ କମ କରିବାକୁ କୁହାଯାଇଥିଲା । ଏହା ଆଦୌ ସହଜ ନଥିଲା ବୋଲି ସଲମାନ କହିଥିଲେ । ଦିନରାତି ବ୍ୟାୟମ ସହ ଖାଦ୍ୟପାନୀୟରେ ଖୁବ ନିୟନ୍ତ୍ରଣ କରିବା ପରେ ହିଁ ଏହା ସମ୍ଭବପର ହୋଇପାରିଥିଲା । - ଓଜନ କମ କମ କରିବା ନିମନ୍ତେ ସବୁଠୁ ସରଳ ଉପାୟ ହୋଇଛି ଲେମ୍ବୁ ଚା ପିଇବା । ନିୟମିତ ଭାବେ ଖାଲିପେଟରେ ଏଇ ଚା ପିଇଲେ ତାହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଆମ ଭୋକ ନିୟନ୍ତ୍ରଣ କରିଥାଏ । ନାଲି ଚାରେ ମଧ୍ୟ ଫାଳେ ଲେମ୍ବୁ, ଚିପୁଡି ପିଇପାରିବେ । - ଅଧିକାଂଶ ସିନେତାରକା ବ୍ଳାକ କଫି ପିଉଥିବାର ଦେଖାଯାଇଛି । ଏହା ମଧ୍ୟ ପେଟର ଚର୍ବି କମ କରାଇବା ସହ ଓଜନ ହ୍ରାସ କରାଉଥିବାର ବିଶେଷଜ୍ଞଙ୍କ ମତ । ବ୍ଳାକ କଫି ପ୍ରସ୍ତୁତ କରିବା ପରେ ସେଥିରେ ୨ ଚାମଚ ଲେମ୍ବୁରସ ମିଶାଇ ପିଇଲେ ତାହା ସ୍ୱାସ୍ଥ୍ୟ ଉପରେ ଉତମ ପ୍ରଭାବ ପକାଇଥାଏ । - ନିୟମିତ ଭାବେ ଭୋଜନ ପୂର୍ବରୁ ସାଲାଡ ଖାଆନ୍ତୁ । କାକୁଡି, ଗାଜର, ପିଆଜ,ମୂଳା,ବନ୍ଧାକୋବି ଇତ୍ୟାଦି ବିଭିନ୍ନ ପ୍ରକାର ପରିବାର ଉପଯୋଗ କରି ସାଲାଡ ଖାଇପାରିବେ । ସାଲାଡ ଦେହ ପାଇଁ ଭଲ ହେବା ସହ ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ ।