ଲୋକସଭା ଆସନରେ କେଉଁ ହେବିୱେଟ୍ ନେତା ଆଗୁଆ ରହିଛନ୍ତ
ଲୋକସଭା ଆସନରେ କେଉଁ ହେବିୱେଟ୍ ନେତା ଆଗୁଆ ରହିଛନ୍ତ
admin
May 23, 2019 - 08:02
Updated: May 23, 2019 - 08:02
ନୂଆଦିଲ୍ଲୀ : ଲୋକସଭା ଆସନ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨,୪୪,୦୧୦ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସମାଜବାଦୀ ପାର୍ଟି ସାଲିନ ୟାଦଭ ୭୨,୫୩୧ ଟି ଭୋଟ ପାଇଛନ୍ତି ।
ଆମେଠୀରୁ ସ୍ମିତି ଇରାନି ୩୪,୬୬୭ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୮,୩୭୭ ଭୋଟ ପାଇଛନ୍ତି ।
ଗୁଜୁରାଟର ଗାନ୍ଧୀଗନରରୁ ବିଜେପି ନେତା ଅମିତ ଶାହା ୩,୫୨,୦୯୯ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ସି.ଜେ ଚାୱଡା ୧,୧୩,୪୩୬ ଭୋଟ ପାଇଛନ୍ତି ।
ଗୁରୁଦାସପୁରରେ ବିଜେପି ପ୍ରାର୍ଥୀ ତଥା ଅଭିନେତା ସନି ଦେଓଲ ୧,୯୧,୨୩୯ ଭୋଟରେ ଆଗୁଆ ରହିଛନ୍ତି ।
ଚଣ୍ଡିଗଡରୁ ବିଜେପି ନେତ୍ରୀ କିରଣ ଖେର ୧୪,୬୫୪ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପାର୍ଥୀ ପୱନ କୁମାର ବଂସାଲ ୧୩,୧୪୦ଟି ଭୋଟ୍ ପାଇଛନ୍ତି ।
ମଥୁରାରେ ବିଜେପି ନେତ୍ରୀ ହେମା ମାଳିନୀ ୧,୨୬,୬୪୨ଟି ଭୋଟରେ ଆଗୁଆ ରହିଛନ୍ତି ।
ପାଟଣା ସାହିବରେ ବିଜେପି ପ୍ରାର୍ଥୀ ରବି ଶଙ୍କର ପ୍ରସାଦ ୧,୧୯,୩୦୧ ଭୋଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ୫୭,୦୦୩ ଭୋଟ ପାଇଛନ୍ତି ।
କେରଳର ଥିରୁଭାନନ୍ତପୁରମରୁ କଂଗ୍ରେସ ନେତା ଶଶୀ ଥରୁର ୧୩ ହଜାର ଭୋଟରେ ଆଗୁଆ ରହିଛନ୍ତି ।
ଲକ୍ଷ୍ନୌରେ ବିଜେପି ନେତା ରାଜନାଥ ସିଂ ୨,୦୦,୨୬୭ ଭୋଟରେ ଆଗୁଆ ରହିଥିବା ବେଳେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ତଥା ଅଭିନେତ୍ରୀ ପୁନମ୍ ସିହ୍ନା ୮୭,୮୫୧ ଭୋଟ ପାଇଛନ୍ତି ।
ଉତ୍ତର-ପୂର୍ବ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ୧,୫୫,୪୪୩ ଭୋଟରେ ଆଗୁଆ ରହିଛନ୍ତି ।
ନାଗପୁରରେ ବିଜେପି ନେତା ନିତିନ ଗଡକରୀ ୪୪,୨୭୩ ଭୋଟରେ ଆଗୁଆ ରହିଛନ୍ତି ।