ଆମେରିକା ସବୁଠାରୁ ଘାତକ ସିରିୟଲ କିଲର୍ ସାମୁଏଲ : ୩୫ ବର୍ଷରେ ୯୩ ମହିଳାଙ୍କୁ ହତ୍ୟା

ଆମେରିକା ସବୁଠାରୁ ଘାତକ ସିରିୟଲ କିଲର୍ ସାମୁଏଲ : ୩୫ ବର୍ଷରେ ୯୩ ମହିଳାଙ୍କୁ ହତ୍ୟା

ଆମେରିକା ସବୁଠାରୁ ଘାତକ ସିରିୟଲ କିଲର୍ ସାମୁଏଲ : ୩୫ ବର୍ଷରେ ୯୩ ମହିଳାଙ୍କୁ ହତ୍ୟା
ୱାସିଂଟନ୍: ଆମେରିକାର ଜଣେ ସିରିୟଲ କିଲ୍ର ସାମୁଏଲ ଲିଟିଲ୍ ଗତବର୍ଷ ୯୩ ଜଣ ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ୨୦୧୨ ମସିହାରୁ ଜେଲରେ ଥିବା ସାମୁଏଲ୍ ଗତବର୍ଷ ତଦନ୍ତକାରୀ ଟିମ୍ ପାଖରେ ସ୍ୱୀକାର କରିଥିଲା ଯେ ଯେ ୧୯୭୦ ରୁ ୨୦୦୫ ମଧ୍ୟରେ ୯୩ ଜଣକୁ ହତ୍ୟା କରିଛି । ସେ କେବଳ ମହିଳାମାନଙ୍କୁ ଟାର୍ଗେଟ କରୁଥିଲା । ଏଫ୍ବିଆଇ ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟା ମାମଲାରେ ସାମୁଏଲର ସ୍ୱୀକାରୋକ୍ତି ବିଶ୍ୱାସଯୋଗ୍ୟ । ୫୦ଟି ସ୍ୱୀକାରୋକ୍ତିକୁ ପୂର୍ଣ୍ଣାଙ୍ଗ ଯାଞ୍ଚ କରିବାରେ ଆମେ ସକ୍ଷମ ହୋଇଛି ବୋଲି ଏଫବିଆଇ ଅଧିକାରୀମାନେ କହିଛନ୍ତି । ତଦନ୍ତରୁ ଜଣାପଡ଼ିଛି ଯେ ୭୯ ବର୍ଷୀୟ ସାମୁଏଲ ଲିଟିଲ ହେଉଛନ୍ତି ଆମେରିକାର ସବୁଡାରୁ ଭୟାନକ ସିରିୟଲ କିଲର । ଜେଲରେ ଥିବା ଅବସ୍ଥାରେ ମଧ୍ୟ ସାମୁଏଲ ଲିଟିଲ ନିଜେ ହତ୍ୟା କରିଥିବା କିଛି ମହିଳାଙ୍କ ଚିତ୍ର ଆଙ୍କିଛି । ଏହି ଚିତ୍ର ଗୁଡ଼ିକ ଏଫବିଆଇକୁ ହସ୍ତାନ୍ତର କରାଯାଇଛି । ଅଧିକାଂଶ ମହିଳାଙ୍କୁ ସାମୁଏଲ ତଣ୍ଟି ଚିପି ମାରୁଥିଲା । ୧୯୮୨ ରେ ସାମୁଏଲ୍ ଜଣେ ମହିଳାଙ୍କୁ ପାଣିରେ ବୁଡ଼ାଇ ମାରିଥିବା କହିଛି । ଓହିଓରେ ମଧ୍ୟ ୪ ଜଣ ମହିଳାଙ୍କୁ ହତ୍ୟା କରିଥିବା ନେଇ ସେ ଗତ ଅଗଷ୍ଟରେ ସ୍ୱୀକାର କରିଥିଲା । ୨୦୧୩ ରେ ସେ କାଲିଫର୍ଣ୍ଣିଆରେ ୩ ଜଣଙ୍କୁ ହତ୍ୟା କରିଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛି । ବିଭିନ୍ନ ହତ୍ୟା ମାମଲାରେ ସାମୁଏଲ ଲିଟିଲ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ଏବେ ଜେଲରେ ଅଛି ।