କ୍ଷେତିକାରକ ନୁହେଁ ମାଇକ୍ରୋୱେଭ ଖାଦ୍ୟ

କ୍ଷେତିକାରକ ନୁହେଁ ମାଇକ୍ରୋୱେଭ ଖାଦ୍ୟ

କ୍ଷେତିକାରକ ନୁହେଁ ମାଇକ୍ରୋୱେଭ ଖାଦ୍ୟ
କର୍ମଜଞ୍ଜାଳଭରା ଜୀବନ ଶୈଳୀରେ ସମସ୍ତେ ତରବର ହୋଇ କାମ ଶେଷ କରିବାକୁ ଚାହୁଛନ୍ତି । ଏଣୁ ଫ୍ରିଜ ଖାଦ୍ୟ ହେଉ କିମ୍ବା ବାହାରେ ରହି ଶୀତଳ ହୋଇଯିବା ଖାଦ୍ୟକୁ ଯଥା ଶୀଘ୍ର ଗରମ କରି ଖାଇବା ନିମନ୍ତେ ମାଇକ୍ରୋୱେଭ ବ୍ୟବହାର ସର୍ବୋତମ । ତେବେ ଅନେକ ଲୋକଙ୍କର ଧାରଣା ଯେ ମାଇକ୍ରୋୱେଭ ଗରମ ଖାଇଲେ ସ୍ୱାସ୍ଥ୍ୟ ହାନି ହୋଇଥାଏ । ଦିଲ୍ଲୀର ନାମକରା ଖାଦ୍ୟ ବିଶେଷଜ୍ଞ ଜୟ ସିହ୍ନାଙ୍କ ମତରେ ସଠିକ ଭାବେ ମାଇକ୍ରୋୱେଭ ଖାଦ୍ୟ ଉପଯୋଗରେ ସ୍ୱାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପଡେନାହିଁ । ବରଂ ମାଇକ୍ରୋୱେଭରେ ଖାଦ୍ୟ ଗରମ କଲେ, ସେଥିରେ ପୋଷକତତ୍ୱ ଭଲ ଭାବେ ମହଜୁତ ରହେ । ୨ ଦିନ ପର୍ଯ୍ୟନ୍ତ ବାସି ଖାଦ୍ୟକୁ ମାଇକ୍ରୋୱେଭରେ ଗରମ କରି ଖାଇହେବ । ଅଧିକ ଦିନ ବାସି ଖାଦ୍ୟକୁ ମାଇକ୍ରୋୱେଭ କରିବା ଅନୁଚିତ ବୋଲି ବିଶେଷଜ୍ଞ ମତ । ଏହା ସହ ମାଇକ୍ରୋୱେଭ ପାଇଁ ଉପଯୁକ୍ତ ବାସନରେ ହିଁ ଖାଦ୍ୟ ଗରମ କରିବା ଉଚିତ । ବିଶ୍ୱର ଅନ୍ୟ ରାଷ୍ଟ୍ର ତୁଳନାରେ ଜାପାନବାସିନ୍ଦା ସର୍ବାଧିକ ମାଇକ୍ରୋୱେଭ ଖାଦ୍ୟ ସେବନ କରନ୍ତି । ଏହା ସେମାନଙ୍କ ଦୀର୍ଘାୟୁର ପ୍ରକୃଷ୍ଟ ଉଦାହାରଣ ।