୪ଟି ଉପାୟରେ ବ୍ୟବହାର କରନ୍ତୁ ମହୁ, ପାଇବେ ଗ୍ଲୋଡେନ ସ୍କିନ

୪ଟି ଉପାୟରେ ବ୍ୟବହାର କରନ୍ତୁ ମହୁ, ପାଇବେ ଗ୍ଲୋଡେନ ସ୍କିନ

୪ଟି ଉପାୟରେ ବ୍ୟବହାର କରନ୍ତୁ ମହୁ, ପାଇବେ ଗ୍ଲୋଡେନ ସ୍କିନ
କୁହାଯାଏ ମହୁ ସ୍ୱାସ୍ଥ୍ୟ ପାଇଁ ଭଲ । ମହୁରେ ବହୁ ଔଷଧୀୟ ଗୁଣ ରହିଛି ଯାହା ବିଭିନ୍ନ ରୋଗରେ ସହାୟକ ହୋଇଥାଏ । ତେବେ ଜାଣିଛନ୍ତି ମହୁ ସ୍କିନ ପାଇଁ ବହୁତ ଭଲ ହୋଇଥାଏ । ମହୁରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ସ୍କିନ ପାଇଁ ଲାଭଦାୟକ ହୋଇଥାଏ । ମହୁ ପ୍ରାକୃତିକ ଆଣ୍ଟିସେପ୍ଟିକ ରୂପେ କାମ କରେ । ସୁନ୍ଦର ତ୍ୱଚା ପାଇଁ ଏହା ବହୁତ ଭଲ ଘରୋଇ ଉପଚାର ଅଟେ । ଏହା ବ୍ୟବହାର କଲେ ସ୍କିନରେ ଗୋଲଡେନ ଲୁକ୍ ଆସିଥାଏ । ତେବେ ଜାଣିବା ମହୁକୁ କିପରି ସ୍କିନ କେୟାର ଭାବେ ବ୍ୟବହାର କରିବା । - ଚିନି ଓ କଫିରେ ମହୁ ମିଶାଇଲେ ତାହା ଏକ୍ସଫୋଲିଏଣ୍ଟ ରୂପେ କାମ କରେ । କଫି ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ । ଚିନି ମୃତ ତ୍ୱଚା କୋଷିକାରୁ ମୁକ୍ତି ଦେଇଥାଏ । ଏହି ପେଷ୍ଟରେ ମହୁ ମିଶାଇଲେ ମୁହଁରେ ଥିବା ସମସ୍ତ ପ୍ରକାର ପ୍ରଦୂଷଣ ବାହାରିଯାଏ । ଏହି ସ୍କ୍ରବର ବ୍ୟବହାର ଆପଣ ସପ୍ତାହରେ ଥରେ କରିବା ଦରକାର । - ଶୁଷ୍କ ଚେହେରାରେ ମହୁ ଲଗାଇଲେ ମୁହଁ ସତେଜ ଲାଗିଥାଏ । ଏକ ଚାମଚ ଦହିରେ ଏକ ଚିମୁଟା ହଳଦୀ ଓ ମହୁ ମିଶାଇ ମୁହଁରେ ଲଗାନ୍ତୁ । ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ପରେ ଏହାକୁ ଧୋଇ ଦିଅନ୍ତୁ । ଏପରି କଲେ କେବଳ ତ୍ୱଚା ମଶ୍ଚରାଇଜ ହୋଇନଥାଏ ଗୋଲଡେନ ସ୍କିନ ବି ଦିଏ । - ସ୍କିନକୁ ଡ୍ରାଏ ନକରି ମୁହଁରେ ଅତିରିକ୍ତ ତେଲ ବାହାର କରିବାକୁ ଚାହୁଁଁଥିଲେ ଏହି ଫେସ ପ୍ୟାକ ବ୍ୟବହାର କରନ୍ତୁ । ଓଟ ପାଉଡରରେ ମହୁ ମିଶାଇ ମୁହଁରେ ଲଗାନ୍ତୁ । ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ପରେ ଗରମ ପାଣିରେ ଗାମୁଛା ଭେଦାଇ ଉକ୍ତ ଗାମୁଛାରେ ମୁହଁକୁ ପୋଛି ଦିଅନ୍ତୁ । ଏହି ପ୍ୟାକକୁ ସପ୍ତାହରେ ଦୁଇଥର ବ୍ୟବହାର କରନ୍ତୁ । ଆପଣଙ୍କ ସ୍କିନ ଚମକଦାର ଓ ସଫା ଦେଖାଯିବ । - ମୁହଁରେ ବ୍ରଣ ସମସ୍ୟା ଥିଲେ କାକୁଡ଼ି ରସ ଏହାକୁ ଦୂର କରିବାରେ ସହାୟକ ହୋଇଥାଏ । ଏହା ତ୍ୱଚାକୁ ସଫା ରଖିବା ସହିତ ମୁହଁକୁ ଚମକଦାର କରିଥାଏ । କାକୁଡ଼ି ରସ ସହିତ ମହୁ ମିଶାଇ ଲଗାଇଲେ ସ୍କିନ ପାଇଁ ଲାଭଦାୟକ ହୋଇଥାଏ ।