ଜାଣନ୍ତୁ ରସୁଣର ଉପକାରୀତା ।

ଜାଣନ୍ତୁ ରସୁଣର ଉପକାରୀତା ।

ଜାଣନ୍ତୁ ରସୁଣର ଉପକାରୀତା ।
ଔଷଧୀୟ ଗୁଣରେ ଭରପୁର ରସୁଣ ଖାଦ୍ୟର ସ୍ୱାଦ ବଢ଼ାଇଥାଏ । ନିୟମିତ ଭାବେ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଏହି ରସୁଣର ବ୍ୟବହାର କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼େ । ଭୋକ ନ ହେଉଥିଲେ, ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ମାଂସପେଶୀରେ ଯନ୍ତ୍ରଣା, ଜ୍ୱର, ଥଣ୍ଡା ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ, ନିୟମିତ ଭାବେ ରସୁଣର ଉପଯୋଗ କରିବା ଉଚିତ । ହୃଦରୋଗୀଙ୍କ ନିମନ୍ତେ ଏହା ଏକ ମହୌଷଧି । ରସୁଣରେ ମାଙ୍ଗାନିଜ, ଭିଟାମିନ ବି-୬, ସେଲେନିୟମ, ଭିଟାମିନ ସି, ଫାଇବର, କ୍ୟାଲସିୟମ, ତମ୍ବା, ଲୌହ, ଫସଫରସ ଇତ୍ୟାଦି ପୋଷକତତ୍ତ୍ୱ ଭରପୁର ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରୀ । ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ରସୁଣରେ ଥିବା ତତ୍ତ୍ୱ କାରଣରୁ ରକ୍ତରେ କୋଲେଷ୍ଟୋରଲ ଜମା ହୋଇନଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ କାରଣରୁ ହୃଦରୋଗ ହେବାର ଆଶଙ୍କା ମଧ୍ୟ କମ୍ ରହୁଥିବାର ବିଶେଷଜ୍ଞଙ୍କ ମତ । ନିଶାଗ୍ରସ୍ତ ଲୋକଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ ହେବା ସହ ସ୍ମୃତି ଶକ୍ତି ମଧ୍ୟ ହ୍ରାସ ପାଏ । ନିୟମିତ ଭାବେ ଏମାନେ ରସୁଣର ଛୁଙ୍କ ପ୍ରସ୍ତୁତ ଖାଦ୍ୟ ଖାଇଲେ ଆଖିର ଜ୍ୟୋତି ସମୟ କ୍ରମେ ବୃଦ୍ଧି ହୋଇଥାଏ ।