ସାବଧାନ : ମେଦବହୁଳତା ପାଇଁ କର୍କଟ ରୋଗ ଆଶଙ୍କା ବଢ଼ିଥାଏ

ସାବଧାନ : ମେଦବହୁଳତା ପାଇଁ କର୍କଟ ରୋଗ ଆଶଙ୍କା ବଢ଼ିଥାଏ

ସାବଧାନ : ମେଦବହୁଳତା ପାଇଁ କର୍କଟ ରୋଗ ଆଶଙ୍କା ବଢ଼ିଥାଏ
ମେଦ ବହୁଳତା ହୃଦରୋଗ ଓ ମଧୁମେହ ଆଶଙ୍କା ବଢ଼ାଇଥାଏ । ଏହା ଆଉ ଏକ ବଡ଼ ସମସ୍ୟା ପାଇଁ ଦାୟୀ ବୋଲି ଏବେ ଜଣାପଡ଼ିଛି । ହାର୍ଭାଡ ୟୁନିଭରସିଟି ର ବୈଜ୍ଞାନିକମାନେ ଅଧ୍ୟୟନରେ ଦାବି କରିଛନ୍ତି, ମେଦବହୁଳତା କର୍କଟ ଆଶଙ୍କା ବଢ଼ାଇବା ସହିତ କର୍କଟକାରକ ଟୁ୍ୟମର ବୃଦ୍ଧିକୁ ମଧ୍ୟ ଦ୍ରୁତ କରେ । ଜନ୍ତୁଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ, ରୋଗ ସହ ଲଢ଼ୁଥିବା ପ୍ରତିରକ୍ଷା ପ୍ରଣାଳୀର ସେହି କୋଷିକା ଗୁଡ଼ିକୁ ମେଦବହୁଳତା ଦୁର୍ବଳ କରିଦିଏ, ଯାହା କର୍କଟ ସହ ଲଢେ଼ । ସେଇ ପତି୍ରକାରେ ପ୍ରକାଶିତ ଗବେଷଣାର ତଥ୍ୟ ଅନୁସାରେଖାଦ୍ୟରେ ଅଧିକ ଚର୍ବି ଯଦି ଖାଉଛନ୍ତି, ତେବେ ଶରୀରରେ ସିଡି ୮ ପ୍ଲସ ଟି ସେଲର ସଂଖ୍ୟା ହ୍ରାସ ପାଏ । ଏହି କୋଷିକା ଗୁଡ଼ିକ ଟୁ୍ୟମର ସହ ଲଢ଼ିଥାଏ । ଶରୀରରେ ଥିବା ଚର୍ବିରୁ ଶକ୍ତି ଗ୍ରହଣ କରି କର୍କଟ କୋଷିକା ଗୁଡ଼ିକ ନିଜକୁ ବିକଶିତ କରିବାରେ ଲାଗନ୍ତି । ଏହଭଳି ଭାବେ ଟୁ୍ୟମର ବୃଦ୍ଧି ପାଇଥାଏ । ବୈଜ୍ଞାନିକଙ୍କ ଅନୁସାରେ ସିଡି୮ ପ୍ଲସ ଟି କୋଷିକାର ପ୍ରୟୋଗ କର୍କଟ ଚିକିତ୍ସାରେ ଦିଆଯାଉଥିବା ଇମୁ୍ୟନୋଥେରାପି କରାଯାଏ ।