ପେଟ କମ କରିବାକୁ ଚାହୁଥିଲେ.....

ପେଟ କମ କରିବାକୁ ଚାହୁଥିଲେ.....

ପେଟ କମ କରିବାକୁ ଚାହୁଥିଲେ.....
ଉଭୟ ମହିଳା ଓ ପୁରୁଷ ନିଜ ସୁନ୍ଦର ସ୍ୱାସ୍ଥ୍ୟ ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତି । ପ୍ରତି ୧୦ ଜଣରେ ୪ ଜଣ ଲୋକ ବଡ ପେଟ ସମସ୍ୟାରେ ସମ୍ମୁଖୀନ । କେତେକଙ୍କର ଏହା ବଂଶାନୁକ୍ରମିକ ହୋଇଥିବାବେଳେ ଅନ୍ୟମାନଙ୍କର ଅତ୍ୟମାନଙ୍କର ଅତ୍ୟଧିକ ଭୋଜନ ଲାଳସା କାରଣରୁ ଏସବୁ ହେଉଥିବାର ପ୍ରକାଶ । ବିଶେଷଜ୍ଞଙ୍କ ମତରେ ନିଜ ଖାଦ୍ୟପାନୀୟ ପ୍ରତି ସତର୍କ ଓ ସଚେତନ ହେଲେ ସ୍ୱାସ୍ଥ୍ୟ ଠିକ ରହିବା ସହ ପେଟ ମଧ୍ୟ କମ ହୋଇଥାଏ । - ସବୁବେଳେ ଧ୍ୟାନରେ ରଖନ୍ତୁ ଖାଦ୍ୟରେ ଲୁଣ ଖୁବ କମ ମାତ୍ରାରେ ଉପଯୋଗ କରିବେ । ବିଭିନ୍ନ ବ୍ୟଞ୍ଜନକୁ ଲୁଣ ହିଁ ସୁଆଦିଆ କରିଥାଏ କିନ୍ତୁ ପେଟ ବଢିବାରେ ଏହା ଅନ୍ୟତମ କାରଣ ଅଟେ । ଲୁଣ ଅଧିକ ଖାଇଲେ, ଆମ ଶରୀରର ମେଟାବୋଲିଜିମ କ୍ଷମତା ହ୍ରାସ ପାଏ, ଯାହା କାରଣରୁ ଓଜନ ଶୀଘ୍ର ବଢିଥାଏ । ଅନେକ ଏସବୁ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ସାମାନ୍ୟ ଚିମୁଟାଏ ଲୁଣ ଯେ ଓଜନ ବଢାଉଥିବ, ଏହା ଏକ ଥଟ୍ଟା ବୋଲି ଲୋକଙ୍କ ଧାରଣା । ଜାପାନୀ ଗବେଷକଦଳ କିନ୍ତୁ ଏହା ପ୍ରମାଣିତ କରିଛନ୍ତି ଯେ ଲୁଣ କାରଣରୁ ହିଁ ଅଧିକାଂଶଙ୍କ ଓଜନ ଓ ପେଟ ବଢେ । - ମିଠା ଖାଦ୍ୟ ମଧ୍ୟ ପାଟିକୁ ବେଶ ସୁଆଦିଆ ଲାଗେ । ଚିନି ହେଉ କିମ୍ବା ଅନ୍ୟ କୌଣସି ମିଠା ଏସବୁ ଖାଇବା ଉପରେ ନିୟନ୍ତ୍ରଣ ରଖନ୍ତୁ । ଏଇ ପ୍ରକାର ଭୋଜନ ନିୟମିତ କଲେ ଅଳ୍ପ ଦିନ ମଧ୍ୟରେ ପେଟ ବଢିଯାଏ । - ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ସହ ଅଧିକ ଥର ତରଳ ଖାଦ୍ୟ ଖାଇବା ଉଚିତ । ଏପରି କଲେ ପେଟ ବଢିବାର ଆଶଙ୍କା ନଥାଏ ।