କର୍କଟ ରୋଗରୁ ରକ୍ଷା କରିବ କଲରା

କର୍କଟ ରୋଗରୁ ରକ୍ଷା କରିବ କଲରା

କର୍କଟ ରୋଗରୁ ରକ୍ଷା କରିବ କଲରା
କଲରା ଏକ ହିତକାରୀ ପରିବା । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ସପ୍ତାହକୁ ଅନ୍ତତଃ ୨-୩ଥର କଲରା ଭଜା, କଲରା ଭର୍ତ୍ତା ଇତ୍ୟାଦି ବ୍ୟଞ୍ଜନମାନ ଖାଇବା ଉଚିତ । ଏଥିରେ ଥିବା ବିଭିନ୍ନ ପୋଷକତତ୍ତ୍ୱ ମଧୁମେହ ରୋଗ ହେବାର ଆଶଙ୍କା କମ୍ କରାଇଥାଏ । ଏଣୁ ପିଲା ଠାରୁ ବୟସ୍କ ସମସ୍ତଙ୍କ କଲରା ବ୍ୟଞ୍ଜନ ନିୟମିତ ଖାଇବାକୁ ପରାମର୍ଶ ଦିଆଯାଏ । ନିକଟରେ ବି୍ରଟେନର ଗବେଷକ ଦଳ ପ୍ରକାଶ କରିଛନ୍ତି ଯେ କଲରା ଖାଇଲେ କର୍କଟ ରୋଗରୁ ମଧ୍ୟ ରକ୍ଷାମିଳିଥାଏ । ମୂଷାଙ୍କ ଉପରେ ହୋଇଥିବା ପରୀକ୍ଷାରେ ସଫଳ ହେବା ପରେ ସେମାନେ ୱେବସାଇଟରେ ତଥ୍ୟ ଉଲ୍ଲେଖ କରିଛନ୍ତି । କଲରା ପରିବାରେ ଥିବା ପୋଷକତତ୍ତ୍ୱ କର୍କଟ ଟୁ୍ୟମର ବଢ଼ିବା ଓ ବ୍ୟାପିବାକୁ ନିୟନ୍ତ୍ରଣ କରିଥାଏ ବୋଲି ଗବେଷକ ମୁଖ୍ୟଙ୍କ ମତ । ଭାରତର ଅନ୍ୟ ପ୍ରାନ୍ତ ତୁଳନାରେ କେରଳରେ କଲରା ବ୍ୟଞ୍ଜନ ଲୋକେ ଅଧିକ ଖାଇଥାନ୍ତି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅନେକ ବର୍ଷ ତଳେ ପ୍ରଥମେ ଚୀନରେ କଲରା ଚାଷ ହୋଇଥିଲା । ପରବର୍ତ୍ତୀ ସମୟରେ ଆଫି୍ରକା ଓ ଅନ୍ୟ ପ୍ରାନ୍ତରେ କଲରା ବ୍ୟଞ୍ଜନର ଆଦର ବଢ଼ିଥିଲା ।