ଫୁଲକୋବିର ଉପକାରିତା

ଫୁଲକୋବିର ଉପକାରିତା

ଫୁଲକୋବିର ଉପକାରିତା
ଶୀତଦିନିଆ ପରିବା ଭାବେ ଫୁଲକୋବିର ଆଦର ଖୁବ ଅଧିକ । ଘରେ ଘରେ ଫୁଲକୋବି ଭଜା, ଚପ ସହ ତରକାରିର ଆସର ବେଶ ଜମିଥାଏ । ଫାଇବରରେ ଭରପୁର ଓ ଭିଟାମିନ ବି ପୋଷକତତ୍ତ୍ୱ ଥିବା ଏଇ ପରିବା ଆମ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ବିଶେଷଜ୍ଞଙ୍କ ମତରେ ନିୟମିତ ଫୁଲକୋବିକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଆଣ୍ଟିଅକ୍ସିଡାଣ୍ଟ ଭରପୁର ଏଇ ପରିବା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ପାଶ୍ଚାତ୍ୟ ରାଷ୍ଟ୍ରରେ ଫୁଲକୋବିକୁ ସାଲାଡରେ ବ୍ୟବହାର କରାଯାଇଥାଏ । ଏହି ପରିବାରେ ଥିବା କ୍ୟାରୋଟିନ୍ଏଡ ଓ ଫ୍ଲାବନଏଡ ତତ୍ତ୍ୱ ଶରୀରର କର୍କଟପ୍ରତିରୋଧୀ ଶକ୍ତି ବୃଦ୍ଧି କରେ । ଭିଟାମିନ୍ ସି' ଭରପୁର ଥିବା ଫୁଲକୋବି ପ୍ରତ୍ୟହ ଖାଇଲେ ହୃଦରୋଗ ହେବାର ଆଶଙ୍କା କମ୍ ହୁଏ । କମ୍ କ୍ୟାଲୋରୀଯୁକ୍ତ ଏଇ ପରିବା ଖାଇଲେ ଓଜନ ମଧ୍ୟ ଶୀଘ୍ର ହ୍ରାସ ପାଏ । ଫୁଲକୋବିରେ ୯୨% ଜଳ ଥିବାରୁ ଏହା ଖାଇଲେ ବରଂ ଆମ ଓଜନ ନିୟନ୍ତ୍ରଣରେ ରହେ । ଫୁଲକୋବିରେ ଥିବା ପୋଷକ ତତ୍ତ୍ୱ କାରଣରୁ ଆମ ସ୍ମୃତି ଶକ୍ତି ବୃଦ୍ଧି ହେବା ସହ ନିଦ ମଧ୍ୟ ଭଲ ଭାବେ ହୋଇଥାଏ । ଆଣ୍ଠୁଗଣ୍ଠି ସମସ୍ୟା ଥିଲେ କିମ୍ବା ହାଡ଼ ଦୁର୍ବଳ ଥିଲେ, ପ୍ରତ୍ୟହ ଫୁଲକୋବି ନିଜ ଡାଏଟ୍ରେ ସାମିଲ କରାଇବା ଉଚିତ ।