ମାଂସ ଖାଉନଥିବା ବ୍ୟକ୍ତିଙ୍କ ଗୁଣ ଓ ଫାଇଦା

ମାଂସ ଖାଉନଥିବା ବ୍ୟକ୍ତିଙ୍କ ଗୁଣ ଓ ଫାଇଦା

ମାଂସ ଖାଉନଥିବା ବ୍ୟକ୍ତିଙ୍କ ଗୁଣ ଓ ଫାଇଦା
ମାଂସ ଖାଉନଥିବା ବ୍ୟକ୍ତି ପାଳଙ୍ଗ ନିୟମିତ ଖାଇବା ଉଚିତ । ଏହା ଶରୀରର ପ୍ରୋଟିନ ଆବଶ୍ୟକତା ପୂରଣ କରେ । ମାଂସରୁ ଯେତିକି ପରିମାଣର ପ୍ରୋଟିନ ମିଳେ ତା ଠାରୁ ଅଧିକ ପାଳଙ୍ଗ ଯୋଗାଇଥାଏ । ଏଥିରେ ଥିବା ମ୍ୟାଗ୍ନେସିୟମ ଦେହର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ । ହୃଦୟ ସମ୍ପର୍କିତ ରୋଗ ଏପରିକି ହୃଦଘାତ ଆଶଙ୍କା ଏଡାଇବାରେ ପାଳଙ୍ଗ ସହାୟକ । ଏହା ଶରୀର ଓଜନ କମାଇବାରେ ସାହାଯ୍ୟ କରେ । ଯେଉଁମାନଙ୍କ ଓଜନ ଅଧିକ ସେମାନେ ନିୟମିତ ପାଳଙ୍ଗ ଖାଇବା ଉଚିତ । ଏଥିରେ ପ୍ରଚୁର ପରିମାଣରେ ଆଇରନ ଥାଏ । ନିୟମିତ ପାଳଙ୍ଗ ଖାଇଲେ ରକ୍ତହୀନତା ଦୂର ହୁଏ । ଏଥିରେ ଥିବା ଭିଟାମିନ-ଏ ଆଖିକୁ ନୀରୋଗ ରଖେ । ପାଳଙ୍ଗରେ ଥିବା ଭିଟାମିନ -କେ ହାଡକୁ ଶକ୍ତ ଓ ମଜବୁତ କରିବାରେ ସହାୟକ ହୁଏ । ଅଜୀର୍ଣ୍ଣ, ଏସିଡିଟି, ଅଲସର ଓ ଅଗ୍ନିମାନ୍ଦ୍ୟ ଦୂରକରେ । ନିୟମିତ ପାଳଙ୍ଗ ଖାଇଲେ ଉଚ୍ଚ ରକ୍ତଚାପ ସ୍ୱାଭାବିକ ସ୍ତରକୁ ଆସେ । ପାଳଙ୍ଗ ଗର୍ଭବତୀଙ୍କ ପାଇଁ ବହୁତ ଉପକାରୀ ଅଟେ ।