ଘର ମାଲିକଙ୍କୁ ଛାତରୁ ଠେଲି ଦେଲେ ଭଡ଼ାଟିଆ, ମାଲିକ ମୃତ, ଭଡ଼ାଟିଆ ଅଟକ

ଘର ମାଲିକଙ୍କୁ ଛାତରୁ ଠେଲି ଦେଲେ ଭଡ଼ାଟିଆ, ମାଲିକ ମୃତ, ଭଡ଼ାଟିଆ ଅଟକ

ଘର ମାଲିକଙ୍କୁ ଛାତରୁ ଠେଲି ଦେଲେ ଭଡ଼ାଟିଆ, ମାଲିକ ମୃତ, ଭଡ଼ାଟିଆ ଅଟକ
ପୁରୀ: ପୁରୀ ଟାଉନ୍ ଥାନା ଅଞ୍ଚଳର ପଥୁରିଆ ସାହିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଭଡ଼ାଟିଆ ତାଙ୍କ ଘର ମାଲିକଙ୍କୁ ଛାତ ଉପରୁ ତଳକୁ ଠେଲି ଦେଇଥିବାରୁ ଘର ମାଲିକଙ୍କ ମୃତ୍ୟୁ ଘଟିଛି । ତେବେ ଘର ଭଡ଼ା ବିବାଦ କାରଣରୁ ଭଡ଼ାଟିଆ ମାଲିକଙ୍କୁ ହତ୍ୟା କରିଥିବା ନେଇ ପୁରୀ ଟାଉନଥାନାରେ ଅଭିଯୋଗ ହୋଇଛି । ଭଡ଼ାଟିଆଙ୍କୁ ଗିରଫ ଦାବିରେ ସାହି ବାସିନ୍ଦା ଟାଉନ ଥାନା ଘେରାଉ କରିଛନ୍ତି । ପୁଲିସ ଅଭିଯୁକ୍ତ ଭଡ଼ାଟିଆଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପ୍ରକାଶ ଯେ, ରବିବାର ଅପରାହ୍ନରେ ପଥରୁଆସାହିରେ ରହୁଥିବା ଘର ମାଲିକ ନରେନ୍ଦ୍ର ମହାରଣା (୬୫)ଙ୍କୁ ତାଙ୍କ ଘରେ ଭଡ଼ା ରହୁଥିବା ବେଣୁଧର ସାହୁଙ୍କ ମଧ୍ୟରେ ଘର ଭଡ଼ାକୁ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ଭଡ଼ାଟିଆ ବେଣୁଧର ରାଗରେ ମାଲିକ ଶ୍ରୀ ମହାରଣାଙ୍କୁ ଛାତରୁ ପେଲି ଦେଇଥିଲେ । ଶ୍ରୀ ମହାରଣା ଚିକ୍ରାର କରି ଛାତ ତଳକୁ ଖସି ପଡ଼ିଥିଲେ । ପଡ଼ୋଶୀ ଘର ଲୋକେ ଶ୍ରୀ ମହାରଣାଙ୍କୁ ଅଗଣାରେ ପଡ଼ିଥିବା ଦେଖିଥିଲେ । ପରେ ସାହି ଲୋକ ତୁରନ୍ତ ତାଙ୍କୁ ପୁରୀ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପଡ଼ୋଶୀ ଲୋକଙ୍କ କହିବା କଥା, ଭଡ଼ାଟିଆ ବେଣୁଧର ଓ ତାଙ୍କ ପତ୍ନୀ ସ୍ୱର୍ଗତ ମହାରଣାଙ୍କ ଘରେ ପ୍ରାୟ ତିନି ବର୍ଷ ହେବ ରହି ଆସୁଛନ୍ତି । ଘର ମାଲିକଙ୍କ ସହିତ ଘରଭଡ଼ାକୁ ନେଇ ବେଣୁଧରଙ୍କର ସବୁବେଳେ ପାଟିତୁଣ୍ଡ ହୁଏ । ବରିଷ୍ଠ ନାଗରିକ ଶ୍ରୀ ମହାରଣାଙ୍କୁ ତିନି ବର୍ଷ ହେବ ସେ ଭଡ଼ା ଦେଇନଥିବାରୁ ଅନେକ ଥର ପାଟିତୁଣ୍ଡ ହୋଇଛି । ଶେଷରେ ରବିବାର ମାଲିକଙ୍କୁ ବେଣୁଧର ଛାତରୁ ଠେଲି ଦେଇଥିଲେ । ଏ ସମ୍ପର୍କରେ ମୃତ ଶ୍ରୀ ମହାରଣାଙ୍କ ସମ୍ପର୍କୀୟ ଅଶୋକ ମହାପାତ୍ର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।