ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟକା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟକା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟକା
ସେବା ବନ୍ଦ କଲେ ୩୦୦ ନର୍ସିଂହୋମ ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । କାରଣ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ଏକ ଜୋରଦାର ଝଟକା ଲାଗିଛି । ସ୍ୱାସ୍ଥ୍ୟସେବା ଯୋଗାଉଥିବା ୩୦୦ ନର୍ସିଂହୋମ ସେମାନଙ୍କ ସେବା ବନ୍ଦ କରିଦେଇଛନ୍ତି । ବକେୟା ଅର୍ଥ ପାଇଁ ସେବା ବନ୍ଦ କରାଯାଇଥିବା ନର୍ସିଂହୋମ ସଂଘ ପକ୍ଷରୁ କୁହାଯାଇଛି । ଏନେଇ ଅଲ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ପକ୍ଷରୁ କୁହାଯାଇଛି ଯେ, ସରକାରୀ ମେଡିକାଲ ସହ ପ୍ରାୟ ୩୦୦ ନର୍ସିଂହୋମ ଅନୁବନ୍ଧିତ ଥିଲେ । ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେମା ଯୋଗାଇବାକୁ ସେମାନେ ଅନୁବନ୍ଧିତ ହୋଇଥିଲେ । ତେବେ ୨୦୧୭ରୁ ରାଜ୍ୟ ସରକାର ସେମାନଙ୍କ ବକେୟା ଦେଇନଥିଲେ । ପ୍ରାୟ ୨୫ରୁ ୩୦ କୋଟି ଟଙ୍କର ବକେୟା ରହିଥିବା ସଂଘ ପକ୍ଷରୁ କୁହାଯାଇଛି । ଏନେଇ ସଂଘ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାହିଁ ବିଫଳ ହୋଇଥିଲା । ବକେୟା ନମିଳିବାରୁ ଓ ମନ୍ତ୍ରୀଙ୍କୁ ଭେଟିନପାରିବାରୁ ସେବା ବନ୍ଦ କରାଯାଇଥିବା ପ୍ରାଇଭେଟ ମେଡିକାଲ ଫୋରମର ସମ୍ପାଦକ ଇନ୍ଦ୍ରମଣି ଜେନା ସୂଚନା ଦେଇଛନ୍ତି ।