ଗାଡ଼ିରେ ପୁଲିସ ଲେଖି ୫ ହଜାର ଗଣିଲେ

ଗାଡ଼ିରେ ପୁଲିସ ଲେଖି ୫ ହଜାର ଗଣିଲେ

ଗାଡ଼ିରେ ପୁଲିସ ଲେଖି ୫ ହଜାର ଗଣିଲେ
ଭୁବନେଶ୍ୱର : ନମ୍ବର ପ୍ଲେଟରେ ପୁଲିସ ଲେଖି ୫ ହଜାର ଟଙ୍କା ଜରିମାନା ଗଣିଛନ୍ତି ଜଣେ ପୁଲିସ ବାବୁ । ପୁଲିସ ବାବୁଙ୍କ ପରିଚୟ ମିଳିପାରିନାହିଁ । ଖାଲି ସେତିକି ନୁହେଁ, ଏଥିପାଇଁ ତାଙ୍କୁ ପୁଲିସ କମିଶନର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ପୁଲିସ ଠାରୁ ମିଳିଥିବା ସୂଚନା ମୁତାବକ ମାନସ ମୁଦୁଲି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ସୋମବାର ସକାଳେ ୭ ସାଢେ଼ ବେଳେ ଏକ ଫଟୋ ପୋଷ୍ଟ କରିଛନ୍ତି । ଉକ୍ତ ଫଟୋରୁ ଜଣାପଡ଼ୁଛି ଏକ ମାରୁତି ସିଆଜ କାର୍ (ଓଡ଼ି ୦୨ ଏଏକ୍ସ୪୮୪୬) ଜୟଦେବ ବିବାହରରୁ ନନ୍ଦନକାନନ ଆଡ଼କୁ ଯାଉଛି । କାରର୍ ନମ୍ବର ପ୍ଲେଟରେ ଲାଲ ରଙ୍ଗରେ ଇଂରେଜୀରେ ପୁଲିସ ବୋଲି ଲେଖା ହୋଇଛି । ଏହାକୁ ଦେଖିବା ପରେ ମାନସ ଫଟୋ ଉଠାଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଟ୍ୱିଟ୍ କରିଥିଲେ । ଟ୍ୱିଟ୍ କରିବାର କିଛି ସମୟରେ କମିଶନର ଘଟଣାର ତଦନ୍ତ ପାଇଁ ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ଜଣାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଖୋଳତାଡ଼ । ଏହି ସମୟରେ ଜଣାପଡ଼ିଛି ଉକ୍ତ କାର ମାଲିକ ହେଉଛନ୍ତି ପ୍ରମୋଦ କୁମାର ମିଶ୍ର । ସଙ୍ଗେ ସଙ୍ଗେ ଗାଡ଼ି ମାଲିକଙ୍କ ଉପରେ ପୁଲିସ ୫ ହଜାର ଟଙ୍କାର ଫାଇନ କରିଥିଲେ । ଏନେଇ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ଲୋକେ ଭାବୁଛନ୍ତି ଫାଇନ ଆଦାୟ କରିବାରେ ପୁଲିସ ପାତର ଅନ୍ତର କରୁଛି । ତାହା ବିଲ୍କୁଲ ନୁହେଁ । ଆଇନ ସମସ୍ତଙ୍କ ପାଇଁ ସମାନ ।