ଆଇଏସଆଇଏସ ମୁଖ୍ୟ ନିହତ

ଆଇଏସଆଇଏସ ମୁଖ୍ୟ ନିହତ

ଆଇଏସଆଇଏସ ମୁଖ୍ୟ ନିହତ
ୱାସିଂଟନ : କୁଖ୍ୟାତ ଆତଙ୍କବାଦୀ ତଥା ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦି ନିହତ ହୋଇଛି । ଆମେରିକୀୟ ସେନାର ଏକ ଗୁପ୍ତ ମିଶନରେ ତାକୁ ହତ୍ୟା କରାଯାଇଥିବା ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ଫ ଖୁବଶୀଘ୍ର ଘୋଷଣା କରିବେ ବୋଲି ଜାଣିବାକୁ ମିଳିଛି । ବାଗଦାଦିର ଡିଏନଏ ଟେଷ୍ଟ ପରେ ଏନେଇ ଘୋଷଣା କରାଯିବ । ପାଂଚ ବର୍ଷ ଧରି ବାଗଦାଦିକୁ ଧରିବା ପାଇଁ ଆମେରିକା ଜାଲ ବିଛାଇଥିଲା । ତେବେ ଆମେରିକା ଗୁଇନ୍ଦାକୁ ଚକମା ଦେଇ ବିଭିନ୍ନ ଦେଶରେ ଲୁଚି ବୁଲୁଥିଲା ବାଗଦାଦି । ୨୦୧୪ରେ ଶେଷ ଥର ପାଇଁ ବାଗଦାଦିକୁ ଭିଡ଼ିଓରେ ଦେଖିବାକୁ ମିଳିଥିଲା । ତେବେ ୨୦୧୮ ଫେବୃଆରୀରେ ଆମେରିକା ସେନା ପକ୍ଷରୁ ଘୋଷଣା କରାଯାଇଥିଲାଯେ, ଏକ ଗୁପ୍ତ ମିଶନରେ ବାଗଦାଦି ଉପରେ ଆକ୍ରମଣ ହୋଇଥିଲା । ତେବେ ଗୁରୁତର ଆହତ ବାଗଦାଦି ଖସି ପଳାଇଯିବାରେ ସମର୍ଥ ହୋଇଥିଲା । ୨୦୧୦ରେ ବାଗଦାଦି ଆଇଏସଆଇର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲା । ପରେ ସେ ଏହାର ନାମକୁ ଆଇଏସଆଇଏସ କରିଥିଲା । ସିରିଆରେ ବାଗଦାଦି ଲୁଚି ରହିବା ସହ ଦେଶ ବିଦେଶରେ ଆତଙ୍କବାଦୀ କାର୍ଯ୍ୟ ଜାରି ରଖିଥିଲା ।