ଆପଣଙ୍କ ଆଖି ତଳ କଳାଦାଗ ପଡିଛି କି ତାହାହେଲେ ଏହି ସରଳ ଉପାୟରେ ଉପଚାର କରନ୍ତୁ

ଆପଣଙ୍କ ଆଖି ତଳ କଳାଦାଗ ପଡିଛି କି ତାହାହେଲେ ଏହି ସରଳ ଉପାୟରେ ଉପଚାର କରନ୍ତୁ

ଆପଣଙ୍କ ଆଖି ତଳ କଳାଦାଗ ପଡିଛି କି ତାହାହେଲେ ଏହି ସରଳ ଉପାୟରେ ଉପଚାର କରନ୍ତୁ
ଶୀତଦିନିଆ ଥଣ୍ଡା ପରିବେଶ କାରଣରୁ କେତେଜଣଙ୍କର ଆଖି ତଳ କଳାଦାଗ ସମସ୍ୟା ବଢ଼େ। ଏଥିରୁ ରକ୍ଷା ପାଇବାକୁ କେତୋଟି ସରଳ ଘରୋଇ ଉପଚାର: – ବାଦାମ ତେଲ ୧ଚାମଚ ଓ ଲେମ୍ବୁ ରସ ଅଧ ଚାମଚକୁ ମିଶାଇ ତୁଳାରେ ନେଇ ଆଖି ତଳ କଳାଦାଗରେ ଲଗାଇ ୨ମିନିଟ୍‌ ମାଲିସ୍ କରନ୍ତୁ। ରାତିରେ ଏଇ ପ୍ୟାକ୍ ଲଗାଇ ଶୋଇବା ଭଲ। ସପ୍ତାହେ କରିବା ପରେ ଫରକ୍ ଜାଣିପାରିବେ। – କଞ୍ଚା ଖିରରେ ଭିଟାମିନ୍ ଇ ମିଶାଇ ଆଖି ଚାରିପାଖେ ମାଲିସ୍ କରନ୍ତୁ। ସ୍ନାନ ପୂର୍ବରୁ ଏହି ପ୍ୟାକ୍ ଲଗାନ୍ତୁ। ଆଖି ତଳ କଳାଦାଗ ଦୂର ହେବା ପରେ ମଧ୍ୟ ଏଇ ପ୍ୟାକ୍ ଲଗାଇଲେ ଆଖି ବିନ୍ଧା ସମସ୍ୟା ଦୂର ହୁଏ। – କାକୁଡ଼ି ଓ ଟମାଟୋ ରସ ସମପରିମାଣରେ ମିଶାଇ ଆଖି ତଳ କଳାଦାଗରେ ଲଗାଇବା ଭଲ। ପ୍ରତିଦିନ ଏଇ ପ୍ୟାକ୍ ଲଗାଇଲେ ଶୀଘ୍ର ଫରକ୍ ଜାଣିପାରିବେ।