ବ୍ରଣରୁ ବର୍ତ୍ତିବାର ଉପାୟ

ବ୍ରଣରୁ ବର୍ତ୍ତିବାର ଉପାୟ

ବ୍ରଣରୁ ବର୍ତ୍ତିବାର ଉପାୟ
ଖାଦ୍ୟପେୟର ଅନିୟମିତତା, ପେଟ ଗରମ ପରିବର୍ତ୍ତିତ ପରିବେଶ ଇତ୍ୟାଦି କାରଣରୁ ତ୍ୱଚାରେ ବ୍ରଣ ହୋଇଥାଏ । ଏଥିରୁ ବର୍ତ୍ତିବାର ସରଳ ଘରୋଇ ଉପଚାରମାନ ହେଲା:- ବ୍ରଣ ଆରମ୍ଭ ସମୟରେ ସେହି ସ୍ଥାନରେ ଘି.କୁଅାଁରୀ ରସ ଓ ଟି ଟି୍ର ଅଏଲ ସମ ପରିମାଣରେ ନେଇ ଲଗାନ୍ତୁ । ଏହାକୁ ତୁଳା ସାହାଯ୍ୟରେ ନେଇ ଲଗାଇବା । କୌଣସି ପାର୍ଟି ପାଇଁ ପ୍ରସ୍ତୁତି ସମୟରେ ବ୍ରଣ ହେଲେ, ସେଥିରୁ ବର୍ତ୍ତିବା ନିମନ୍ତେ କନସିଲରର ପ୍ରୟୋଗ କରନ୍ତୁ । ଏହା ବ୍ରଣକୁ ଲୁଚାଇଥାଏ । ଘରକୁ ଫେରି ତୁରନ୍ତ ମୁହଁକୁ ଭଲଭାବେ ପରିଷ୍କାର କରିନେବେ । ତେଲ, ମସଲା, ଛଣାଛଣି, ଖାଦ୍ୟ ଖାଇବା ମଧ୍ୟ କମ୍ କରନ୍ତୁ । ଏସବୁ ନିୟମିତ ଖାଇବା କାରଣରୁ ବ୍ରଣ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ । ସ୍ନାନ ପୂର୍ବରୁ ଚନ୍ଦନ ଗୁଣ୍ଡ ଓ କଞ୍ଚା କ୍ଷୀରର ପ୍ୟାକ୍ ଲଗାଇ ୧୫ ମିନିଟ୍ ପରେ ଧୋଇନେବେ । ନିୟମିତ ଏହି ପ୍ୟାକ୍ ଲଗାଇଲେ ବ୍ରଣ ହୋଇନଥାଏ ।