ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଓ ଡିଜେଲ ୩୩ ପଇସା ମହଙ୍ଗା ହୋଇଛି

ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଓ ଡିଜେଲ ୩୩ ପଇସା ମହଙ୍ଗା ହୋଇଛି

ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଓ ଡିଜେଲ ୩୩ ପଇସା ମହଙ୍ଗା ହୋଇଛି
ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ପେଟ୍ରୋଲ-ଡିଜେଲ ଦର ବଢିବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି । ପୂର୍ବରୁ ତେଲ ଦର ଦେଶର କେତେକ ସ୍ଥାନରେ ଶହେ ଟଙ୍କା ଛୁଇଁଥିଲା । କିନ୍ତୁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଯେତେବେଳେ ନିର୍ବାଚନର ସମୟ ଆସିଲା ସେତେବେଳେ ତେଲ ଦର କିଛିମାତ୍ରାରେ ତଳକୁ ଖସିଥିଲା କିନ୍ତୁ ଏବେ ପୁଣି ଲୋକଙ୍କ ପକେଟ ଉପରେ ମହଙ୍ଗା ମାଡ ଦେଇଛି ପେଟ୍ରୋଲ-ଡିଜେଲ ଦର । ନିର୍ବାଚନ ଫଳାଫଳ ଘୋଷଣା ପାଇବା ମାତ୍ରେ କ୍ରମାଗତ ଭାବେ ୫ ଦିନ ହେବ ଦେଶରେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଓ ଡିଜେଲ ୩୩ ପଇସା ମହଙ୍ଗା ହୋଇଛି । ଏହାକୁ ମିଶାଇ ୫ ଦିନ ମଧ୍ୟରେ ପେଟ୍ରୋଲ ୧.୧୯ ଟଙ୍କା ଓ ଡିଜେଲ ୧.୩୩ ଟଙ୍କା ମହାଙ୍ଗା ହୋଇସାରିଲାଣି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ତୈଳଦର ସ୍ଥିର ରହିଥିଲା । ଏହାସହ ଏପ୍ରିଲ ମାସରେ ତୈଳଦର ୪ ଥର ହ୍ରାସ ବି ପାଇଥିଲା । ହେଲେ ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିବା ପରେ ଏପର୍ୟ୍ୟନ୍ତ ୫ ଥର ତୈଳ ଦର ବୃଦ୍ଧି ହୋଇସାରିଛି ।