ମାଲେରିଆ ଜ୍ୱର ହେଲେ କଣ ଖାଇବା ଉଚିତ କଣ ଖାଇବା ଅନୁଚିତ ଜାଣିରଖନ୍ତୁ

ମାଲେରିଆ ଜ୍ୱର ହେଲେ କଣ ଖାଇବା ଉଚିତ କଣ ଖାଇବା ଅନୁଚିତ ଜାଣିରଖନ୍ତୁ

ମାଲେରିଆ ଜ୍ୱର ହେଲେ କଣ ଖାଇବା ଉଚିତ କଣ ଖାଇବା ଅନୁଚିତ ଜାଣିରଖନ୍ତୁ
ଡେଙ୍ଗୁ ଓ ଟାଇଫଏଡ ଭଳି ମାଲେରିଆ ମଧ୍ୟ ଏକ ସାଙ୍ଘାତିକ ଜ୍ୱର । ଏହି ଜ୍ୱର ହେଲେ ମଣିଷ ଥରିବାକୁ ଲାଗିଥାଏ । କେବଳ ସେତେକି ନୁହେଁ ମାଲେରିଆ ହେଲେ ଶରୀରରେ ବିଭିନ୍ନ ପରିବର୍ତ୍ତନ ହୋଇଯାଇଥାଏ । ବେଳେ ବେଳେ ଠିକ ଚିକିତ୍ସା ନହେଲେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଥାଏ । ତେବେ ଯଦି ଆପଣ ମାଲେରିଆ ଜ୍ୱରରେ ଆକ୍ରାନ୍ତ, ତେବେ ଜାଣନ୍ତୁ ଆପଣ କ’ଣ ଖାଇବା ଉଚିତ। -ପିପଳି ଚୁର୍ଣ୍ଣକୁ ମହୁରେ ମିଶାଇ ସେବନ କରିଲେ ମାଲେରିଆ ଜ୍ୱରରୁ ମୁକ୍ତି ମିଳିଥାଏ। -ଚାଉଳ-ଡାଲିର ଖେଚୁଡି,ଦଲିୟା,ସାଗୁଦାନା ଆଦି ମଧ୍ୟ ଖାଇଲେ ଭଲ। ଏହା ଶୀଘ୍ର ହଜମ ହୋଇଥାଏ ଓ ତାହା ପୁଷ୍ଟିକର ମଧ୍ୟ। -ଲେମ୍ବୁକୁ କାଟି ସେଥିରେ ଗୋଲମରିଚ ଗୁଣ୍ଡ ଓ ସୈନ୍ଧବ ଲୁଣ ପକାଇ ଚାଟିଲେ ମଧ୍ୟ ମାଲେରିଆ ରୋଗୀଙ୍କ ପାଇଁ ତାହା ଲାଭଦାୟକ। -ମାଲେରିଆ ଜ୍ୱରାକ୍ରାନ୍ତ ବ୍ୟକ୍ତି ପାଚିଲା ଅମୃତଭଣ୍ଡା ଖାଇବା ମଧ୍ୟ ଉଚିତ। -ତୁଳସୀ ପତ୍ର ଓ ଗୋଲମରିଚ ପାଣିରେ ମିଶାଇ ଫୁଟାନ୍ତୁ। ତା’ପରେ ତାକୁ ଛାଣି ପିଇଲେ ବି ତାହା ଲାଭଦାୟକ ହୋଇଥାଏ ମାଲେରିଆ ରୋଗୀଙ୍କ ପାଇଁ।ମାଲେରିଆ ରୋଗୀଙ୍କୁ ସେଓ ଖାଇବାକୁ ଦିଅନ୍ତୁ। କ’ଣ ଖାଇବେ ନାହିଁ: ଆଦୌ ଥଣ୍ଡା ପାଣି ପିଅନ୍ତୁ ନାହିଁ। ମାଲେରିଆ ରୋଗୀକୁ ଆମ୍ବ, ଡାଳିମ୍ବ, ଲିଚୁ ଓ କମଳା ଆଦି ଖାଇବାକୁ ଦିଅନ୍ତୁ ନାହିଁ। -ଦହି,ଗାଜର ଓ ମୂଳା ଆଦି ମଧ୍ୟ ନ ଖାଇବା ଭଲ। ଅମ୍ଳଯୁକ୍ତ ଓ ମସଲାଯୁକ୍ତ ଖାଦ୍ୟ ସେବନ ନ କରିବା ଭଲ।