ସମ୍ବଲପୁରରେ କଣ କହିଲେ ମୋଦୀ

ସମ୍ବଲପୁରରେ କଣ କହିଲେ ମୋଦୀ

ସମ୍ବଲପୁରରେ କଣ କହିଲେ ମୋଦୀ
ଭୁବନେଶ୍ୱର : ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି। ସେ ଝାରସୁଗୁଡ଼ା ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅବତରଣ କରି ସେଠାରୁ ହେଲିକେପ୍ଟର ଯୋଗେ ସମ୍ବଲପୁରରେ ପହଞ୍ଚି ରେମେଡ୍ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି। ମୋଦୀ ଜୟ ଜଗନ୍ନାଥ କହି ଏହି ସଭାରେ ଉଦବୋଧନ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ଓଡ଼ିଶା ଯେଉଁ ସଂକେତ ଦେଇଛି ସେଥିରୁ ଦେଶରେ ମୋଦି ସରକାର ଓ ଓଡ଼ିଶାରେ ବିଜେପି ସରକାର ଆସିବା ନିଶ୍ଚିତ । କେନ୍ଦ୍ର ସରକାର ଯେଉଁ ଅର୍ଥ ପଠାନ୍ତି ତାହା ଗରିବଙ୍କ ପାଇଁ ଖର୍ଚ୍ଚ ହୋଇପାରୁନଥିଲା । ୧୦୦ରୁ ୧୫ କି ୧୬ ପଇସା ଖର୍ଚ୍ଚ ହେଉଥିଲା । କିନ୍ତୁ ୧୦୦ରୁ ୧୦୦ ପଇସା ଖର୍ଚ୍ଚ କରିବା ପାଇଁ ଆମ ସରକାର ବ୍ୟବସ୍ଥା କରିଛି । ପୂର୍ବରୁ ଦିଲ୍ଳୀ ସରକାର ଦୁର୍ନୀତିଗ୍ରସ୍ତ ଥିଲା । ସବୁଥିରେ ଲୁଟୁଥିଲା । କିନ୍ତୁ ଆପଣଙ୍କ ଚୌକିଦାର ସେମାନଙ୍କ ମୁକାବିଲା କରିବା ପାଇଁ ସଂକଳ୍ପ ନେଇଥିଲା । ଏବେ ସେମାନେ ଲୁଟି ପାରୁନଥିବାରୁ ତାଙ୍କୁ ହଟାଇବା ପାଇଁ ଏକାଠି ହୋଇଛନ୍ତି । ମଜବୁତ ସରକାର ନଥିବାରୁ ଦେଶ ଆଗେଇ ପାରୁନାହିଁ । ରାଜ୍ୟ ନଆଗେଇବା ପଛରେ ଉଭୟ ବିଜେଡ଼ି ଓ କଂଗ୍ରେସ ଦାୟୀ । ଚାଷୀଙ୍କୁ ଦେଢ଼ ଗୁଣା ଏମଏସପି ଦେବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି ହେଲେ ରାଜ୍ୟ ସରକାର ଚାଷୀମାନଙ୍କୁ ଦଲାଲମାନଙ୍କ ଭରସାରେ ଛାଡ଼ି ଦେଇଛନ୍ତି । ରାଜ୍ୟ ସରକାର ଚାଷୀମାନଙ୍କ ତାଲିକା ଦେଉନଥିବାରୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀମାନେ ଉପକୃତ ହୋଇପାରୁନାହାନ୍ତି । ସରକାର ତାଲିକା ଦେଉନଥିବାରୁ ମାତ୍ର ସାଢେ଼ ୮ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତି ଯାଇପାରିଛି । ମେ’ ୨୩ରେ ମୋଦି ସରକାର ଆସିବା ପରେ ଓଡ଼ିଶାର ଚାଷୀମାନଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ଯିବ । ତାଙ୍କ ସରକାର ପୁଣି ଥରେ ଆସିଲେ ଜଳ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ କରାଯିବ । ଚାଷୀଙ୍କ ଜମିକୁ ଜଳସେଚନର ବ୍ୟବସ୍ଥା କରାଯିବ । ଅଟଳଜୀଙ୍କ ସରକାର ଅମଳରେ ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ କରିଥିଲେ । ପୁଣି ଥରେ ଆମ ସରକାର ଆସିଲେ ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଓ ଯୋଜନା କରାଯିବ ।