ବିଜେପି ନେତାଙ୍କ ହତ୍ୟା ଅଭିଯୋଗରେ ଖୋର୍ଦ୍ଧା ବନ୍ଦ

ବିଜେପି ନେତାଙ୍କ ହତ୍ୟା ଅଭିଯୋଗରେ ଖୋର୍ଦ୍ଧା ବନ୍ଦ

ବିଜେପି ନେତାଙ୍କ ହତ୍ୟା ଅଭିଯୋଗରେ ଖୋର୍ଦ୍ଧା ବନ୍ଦ
ଭୁବନେଶ୍ୱର: ରବିବାର ବିଳମ୍ବିତ ରାତ୍ରୀରେ ଖୋର୍ଦ୍ଧାର ନବୀନବାଗ ଠାରେ ଜଣେ ବିଜେପି ନେତାଙ୍କୁ ଗୁଳି ହତ୍ୟା କରାଯାଇଛି । ଯାହାକୁ ନେଇ ବିଜେପି ପକ୍ଷରୁ ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି । ବିଜେପି କର୍ମୀମାନେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ଏହି ବନ୍ଦ ଡାକରା ଦେଇଛନ୍ତି। ବିଜେପି କର୍ମୀମାନେ ଏହି ଘଟଣାକୁ ନେଇ ଖୋର୍ଦ୍ଧା ଟାଉନ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣା ଦିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ବିଜେପି ନେତା ତଥା ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନବୀନାବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ଦୁଇଜଣ ଦୁବୃର୍ତ୍ତ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ତେବେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।