ପ୍ରମାଣ ଦେଲେ ରାଜନୀତି ଛାଡିଦେବି :ପ୍ରଦୀପ ମହାରଥୀ

ପ୍ରମାଣ ଦେଲେ ରାଜନୀତି ଛାଡିଦେବି :ପ୍ରଦୀପ ମହାରଥୀ

 ପ୍ରମାଣ ଦେଲେ ରାଜନୀତି ଛାଡିଦେବି :ପ୍ରଦୀପ ମହାରଥୀ
ଭୁବନେଶ୍ବର: ବିଜେପିକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ମହାରଥୀ। ସରକାରୀ ଜମି ହଡପ ନେଇ ବିଜେପି ସାଂଘାତିକ ଅଭିଯୋଗ କରିବା ପରେ ଚ୍ୟାଲେଞ୍ଜ ଦେଇଛନ୍ତି ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ। ତାଙ୍କ ନାଁରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି ମହାରଥୀ କହିଛନ୍ତି। ସାତ ଥର ବିଧାୟକ ଭାବେ ଜିତିଛି। ଶହେ କୋଟି ତ ଦୂରର କଥା ଶହେ ଟଙ୍କାର ଜମି ଦୁର୍ନୀତି ମୋ ନାଁରେ ନାହିଁ। ପିପିଲି କିମ୍ବା ଡେଲାଙ୍ଗରେ ଯଦି ମୁଁ ଜମି ରେଜିଷ୍ଟ୍ରସନ କରିଥିବା ପ୍ରମାଣିତ ହୁଏ ତେବେ ମୁଁ ବିଧାନସଭା ଆସିବିନି। ରାଜନୀତିରୁ ସନ୍ୟାସ ନେବି ବୋଲି ମହାରଥୀ କହିଛନ୍ତି। ତେବେ ଗତକାଲି ମହାରଥୀଙ୍କ ବିରୋଧରେ ବିଜେପି ସାଂଘାତିକ ଅଭିଯୋଗ ଆଣିଥିଲା। ନିଜ ଫାର୍ମ ହାଉସ ନିକଟରେ ଥିବା ସରକାରୀ ଜମିକୁ ମହାରଥୀ ମାଡି ବସିଥିବା ବିଜେପି ଆରୋପ କରିଥିଲା। ଚଞ୍ଚକତା କରି ୧୦୦ କୋଟିରୁ ଅଧିକ ଟଙ୍କାର ସରକାରୀ ଜମି ଅକ୍ତିଆର କରିଥିବା ପ୍ରେସମିଟ୍ କରି କହିଥିଲେ ଦଳର ନେତା ଗୋଲକ ମହାପାତ୍ର। ଆଉ ଆଜି ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ପ୍ରଦୀପ ମହାରଥୀ।