ବିଜେଡିରୁ ଇସ୍ତଫା ଦେଲେ ରାମଚନ୍ଦ୍ର ହାଁସଦା

ବିଜେଡିରୁ ଇସ୍ତଫା ଦେଲେ ରାମଚନ୍ଦ୍ର ହାଁସଦା

ବିଜେଡିରୁ ଇସ୍ତଫା ଦେଲେ ରାମଚନ୍ଦ୍ର ହାଁସଦା
ଭୁବନେଶ୍ୱର : ବିଜେଡିରୁ ନିଲମ୍ବନ ହୋଇଥିବା ପୂର୍ବତନ ସାଂସଦ ଇଂ.ରାମଚନ୍ଦ୍ର ହାଁସଦା ଶେଷରେ ଦଳରୁ ଇସ୍ତଫା ଦେଇଛନ୍ତି । ସେ ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚି ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ଶ୍ରୀ ହାଁସଦା ଜେଲ ଯାଇଥିଲେ । ଫଳରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଦଳରେ ନଥାଇ ବି ଜେଲରୁ ରେି ସେ ସାଂଗଠନିକ କାର୍ଯ୍ୟରେ ସହଯୋଗ କରିଆସୁଥିଲେ । ତେବେ ତାଙ୍କୁ ଦଳକୁ ଫେରାଇ ନେବା ନେଇ ଶ୍ରୀ ହାଁସଦା କାହାରି ଆଗ୍ରହ ଦେଖିବାକୁ ପାଇନଥିଲେ । ଫଳରେ ସେ ବାଧ୍ୟ ହୋଇ ଦଳ ଛାଡ଼ିଥିବା କହିଛନ୍ତି । ଉଲ୍ଲେଖ ଥାଉ କି ଶ୍ରୀ ହାଁସଦା ୨୦୦୯ରେ ସାରସକଣା ନିର୍ବାଚନ ମଣ୍ଡଳୀରୁ ଏନସିପି ଟିକଟରେ ବିଜୟୀ ହୋଇଥିଲେ ।