ଗୃହରେ ଛିଡା ହୋଇ ପ୍ରତିବାଦ କଲେ ଦେବୀ ମିଶ୍ର

ଗୃହରେ ଛିଡା ହୋଇ ପ୍ରତିବାଦ କଲେ ଦେବୀ ମିଶ୍ର

ଗୃହରେ ଛିଡା ହୋଇ ପ୍ରତିବାଦ କଲେ ଦେବୀ ମିଶ୍ର
ଭୁବନେଶ୍ୱର: ଶନିବାର ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୃହରେ କହିବାକୁ ସୁଯୋଗ ନମଳିବା ନେଇ ବିଧାୟକ ଦେବୀ ମିଶ୍ର ଏକ ଅଭିନବ ଢଙ୍ଗରେ ନିଜର ପ୍ରତିବାଦ ଜଣାଇଥିଲେ । କହିବାକୁ ସୁଯୋଗ ଦିଆଯାଉନଥିବାରୁ ଶ୍ରୀ ମିଶ୍ର ନିଜ ଆସନରେ ଛିଡ଼ା ହୋଇ ରହିଥିଲେ । ଯେ ପର୍ଯ୍ୟନ୍ତ କହିବାର ସୁଯୋଗ ନମିଳିଛି, ସେତେ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବି ବୋଲି ଶ୍ରୀ ମିଶ୍ର କହିଥିଲେ । ତେବେ ଶ୍ରୀ ମିଶ୍ର ନିଜ ଆସନରେ ପ୍ରାୟ ୧ ମିନିଟ ଧରି ଛିଡ଼ା ହେବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ କହିବା ପାଇଁ ସୁଯୋଗ ଦେଇଥିଲେ ।