ହିଂସା ବିରୋଧରେ ବିଜେଡିର ଜିରୋ ଟଲେରାନ୍ସ ନୀତି ରହିଛି: ସସ୍ମିତ

ହିଂସା ବିରୋଧରେ ବିଜେଡିର ଜିରୋ ଟଲେରାନ୍ସ ନୀତି ରହିଛି: ସସ୍ମିତ

ହିଂସା ବିରୋଧରେ ବିଜେଡିର ଜିରୋ ଟଲେରାନ୍ସ ନୀତି ରହିଛି: ସସ୍ମିତ
ଭୁବନେଶ୍ୱର: ହିଂସା ବିରୋଧରେ ବିଜେଡିର ଜିରୋ ଟଲେରାନ୍ସ ନୀତି ରହିିଛି ବୋଲି ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର କହିଛନ୍ତି । ବିଜେପି ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ ଗୁରୁବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି ଶ୍ରୀ ପାତ୍ର ଏହା କହିଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଯେ, ୪୮ ଘଣ୍ଟାରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସହ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହିଂସା ବିରୋଧରେ ବିଜେଡିର ଜିରୋ ଟଲେରାନ୍ସ ନୀତି ରହିିଛି । ଏସବୁ କଥା ବୋଧେ ପୁରନେ୍ଦଶ୍ୱରୀ ଜାଣିନାହାନ୍ତି ବୋଲି ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର କହିଛନ୍ତି । ପ୍ରକାଶ ଯେ, କଟକ ନୃର୍ତ୍ତାଙ୍ଗରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡି.ପୁରନେ୍ଦଶ୍ୱରୀ ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତଥା ଏତଲାରେ ନାମ ଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, ଏଠାକାର ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଛି । ବର୍ଷକ ତଳେ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା । ପିଏମ ଆବାସ ଦୁର୍ନୀତି ଉଠାଇବା ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଆଉ ଏବେ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଗଲା । ପିଏମ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ ଉଠାଇବାରୁ ଉଭୟଙ୍କୁ ହତ୍ୟା କରାଯାଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । । ଏତଲାରେ ଯଦି ପ୍ରତାପ ଜେନାଙ୍କ ନାମ ଅଛି ତେବେ ତାଙ୍କୁ କାହିଁକି ଗିରଫ କରାଯାଉନାହିଁ । ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ । ନଚେତ ଲୋକଙ୍କ ବିଶ୍ୱାସ ଉଠିଯିବ । ଆମେ କୁଳମଣି ଓ ଦିବ୍ୟସିଂହଙ୍କ ପରିବାର ସହ ଅଛୁ । ନ୍ୟାୟ ନମିଳିବା ଯାଏଁ ଆମେ ଲଢେଇ ଜାରି ରଖିବୁ ବୋଲି ବିଜେପି ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ କହିଥିଲେ ।