ଲୋକ ପ୍ରତିନିଧିଙ୍କୁ ବି ଟିକା ଦିଆଯାଉ: ନବ

ଲୋକ ପ୍ରତିନିଧିଙ୍କୁ ବି ଟିକା ଦିଆଯାଉ: ନବ

ଲୋକ ପ୍ରତିନିଧିଙ୍କୁ ବି ଟିକା ଦିଆଯାଉ: ନବ
ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଲୋକ ପ୍ରତିନିଧିଙ୍କୁ ମଧ୍ୟ ଟିକା ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦାବି କରିଛନ୍ତି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ ବେଳେ ନବ ଦାସ ଏଭଳି ଦାବି କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଟିକା ଦିଆଯିବ । ତେବେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସବୁ ଲୋକ ପ୍ରତିନିଧି କରୋନା ଲଢେଇରେ ଅଛନ୍ତି । ତେଣୁ ସେମାନଙ୍କୁ ବି ଟିକାକରଣ କରାଯିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଥିବା ସମ୍ପର୍କରେ ନବ ଦାସ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ ଯେ, ଟିକା ପ୍ରସ୍ତୁତକାରୀ କମ୍ପାନୀ ପାଖରୁ ଓଡ଼ିଶାକୁ ସିଧା ଟିକା ଆସିବ । ଟିକା ଆସିବା ପରେ ଭୁବନେଶ୍ୱର ରାଜ୍ୟ ଭ୍ୟାକ୍ସିନ ସେଣ୍ଟରେ ରଖାଯିବ । ଏହା ପରେ ଜିଲ୍ଲାକୁ ପଠାଯିବ ଓ ସେଠାରେ ଜିଲ୍ଲା ଭ୍ୟାକ୍ସିନ ସେଣ୍ଟରରେ ରଖାଯିବ । ଯାହା ସରଞ୍ଜାମ ଅଛି, ତାହା ଟିକାରଣ ପାଇଁ ଯଥେଷ୍ଟ । ଆମେ ଡାଟାବେସ ଅନୁସାରେ ଟିକା ମାଗିଛୁ । ଏନେଇ କେନ୍ଦ୍ର ନିଷ୍ପତ୍ତି ନେବ । ଯେଉଁଠି ଟିକାକରଣ ହେବ, ଜିଲ୍ଲାପାଳମାନେ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବେ । ସବୁ ପ୍ରକ୍ରିୟା ୧୦ ତାରିଖ ସୁଦ୍ଧା ଶେଷ ହେବ ବୋଲି ପୂର୍ବରୁ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛଥିଲେ ।